ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁକଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।

ପୂର୍ବରୁ ମଧ୍ୟ କିକ୍ରେଟ ପ୍ରଶାସକ କମିଟି କହିଥିଲା କି ଏ ନେଇ ଶେଷ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ। ତେବେ ଆଜି ଓଡ଼ିଶାଗସ୍ତରେ ଆସିଥିବା ବିସିସିଆଇର କାର୍ଯ୍ୟକାରୀ ସଭାପତି ସି କେ ଖାନ୍ନା ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,”ଏ ନେଇ ସରକାର ନିଷ୍ପତ୍ତି ନେବେ। ବିସିସିଆଇ ମ୍ୟାଚ୍‌ ହେବ କି ନାହିଁ ତାହାର ନିଷ୍ପତ୍ତି ସରକାରଙ୍କ ଉପରେ ଛାଡିଛି। ସରକାରଙ୍କ ସହ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ନିଆଯିବ।”

“ଦେଶ ଯାହା ନିଷ୍ପତ୍ତି ନେବ ଆମେ ସମର୍ଥନ ଜଣାଇବୁ। ବିସିସିଆଇ ମଧ୍ୟ ଯାହା ନିଷ୍ପତ୍ତି ନେବ ତାକୁ ମଧ୍ୟ ସମର୍ଥନ ଜଣାଇବକୁ”, ଅଧିନାୟକ ବିରାଟ କୋହଲି ଗତକାଲି ତାଙ୍କ ପ୍ରତିକ୍ରିୟାରେ ଏହା କହିଥିଲେ।

ପୁଲୱାମା ଆକ୍ରମଣ ପରେ ଭାରତର ପୂର୍ବତନ ଖେଳାଳିମାନେ ଦାବି କରିଛନ୍ତି ଯେ, ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ନଖେଳୁ। କେତେକ ଏହାକୁ ସମର୍ଥନ କରୁଥିଲାବେଳେ ଅନ୍ୟ କେତେକ ଏହାକୁ ବିରୋଧ କରୁଛନ୍ତି। ତେବେ ଅଧିନାୟକ ବିରାଟ କୋହଲି ଦେଶ ଓ ବିସିସିଆଇ ଯାହା ନିଷ୍ପତ୍ତି ନେବ ତାକୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି। ତେବେ ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳୁଛି କା ନାହିଁ ତାହା ସରକାରଙ୍କ ନିଷ୍ପତ୍ତି ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।

LEAVE A REPLY

Please enter your comment!
Please enter your name here