ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଚ ଜିଲ୍ଲା କଉଡିଖଣି ଶାଳ ଜଙ୍ଗଲରେ ହିଙ୍ଗୁଳା ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ବିଶ୍ୱାସ ରହିଛି ଏହି ମେଳା ମାଧ୍ୟମରେ ଅଗ୍ନି ଦେବତାଙ୍କୁ ଶାନ୍ତ କରାଯାଇଥାଏ। ସେଥିଲାଗି ଏଠାରେ ପ୍ରତିବର୍ଷ ଭକ୍ତମାନେ ଶ୍ରଦ୍ଧାର ସହ ହିଙ୍ଗୁଳା ମେଳା ଆୟୋଜନ କରିଥାନ୍ତି।

ଲୋକଙ୍କ କହିବାକଥା ଯଦି ଅଗ୍ନୀଦେବତା ଶାନ୍ତି ହୁଅନ୍ତି ତେବେ ବର୍ଷ ସାରା ଅଗ୍ନିଦାଉରୁ ରକ୍ଷା ମିଳିଥାଏ। ମେଳାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Comment