ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୫୩ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ମୋଦି ପ୍ରଥମେ ପୁଲୱାମା ଆକ୍ରମଣକୁ ମନେ ପକାଇଛନ୍ତି।

“ଭାରତ ମାତା ଅନେକ ବହାଦୁର ସନ୍ତାନକୁ ହରାଇଛି। ଏହି ଘଟଣାରେ ପୂରା ଦେଶ କ୍ଷୁବ୍ଧ, ପରିବାରକୁ ଚାରିଆଡ଼ୁ ସମାବେଦନା ଆସୁଛି। ସହିଦଙ୍କ ଏଭଳି ବଳିଦାନ କଦାପି ବୃଥା ଯିବନି। ଆତଙ୍କବାଦକୁ ମୂଳରୁ ନିପାତ ପାଇଁ ଏହା ଆମକୁ ପ୍ରେରଣା ଯୋଗାଇବ”, ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି।

କାର୍ଯ୍ୟକ୍ରମରେ ଓଡ଼ିଶାର ‘ମାନ୍‌ଝୀ’ ଦୈତାରୀ ନାୟକଙ୍କ ପ୍ରଂଶସା କରିଛନ୍ତି ମୋଦି। ପାହାଡ଼ ଖୋଳି ଦୀର୍ଘ ୩ କିଲୋମିଟର କେନାଲ ଖୋଳିଥିବାରୁ ମୋଦି ତାଙ୍କୁ ପ୍ରଂଶସା କରିଛନ୍ତି। ଦୈତାରୀଙ୍କ ଏଭଳି କାମ ଯୋଗୁଁ ଗାଁକୁ ସବୁଦିନ ପାଇଁ ଜଳସେଚନ ସମସ୍ୟା ଦୂର ହୋଇପାରିଛି କହିଛନ୍ତି ମୋଦି।

ଦୈତାରୀ ନାୟକ ହେଲେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ତାଳବୈତରଣୀ ଗ୍ରାମର ଜଣେ ବୃଦ୍ଧ ଆଦିବାସୀ। ଦୈତାରୀ

ଦୈତାରୀ ନିଜ ଉଦ୍ୟମ ବଳରେ ପାହାଡ଼କୁ କାଟି ନିଜ କ୍ଷେତକୁ ଆଣି ପାରିଛନ୍ତି ପାଣି। ଖାଲି ସେତିକି ନିହେଁ ଏହି ପାଣି ମଧ୍ୟ ଗ୍ରାମର ଅନ୍ୟ ଲୋକଙ୍କ ବିଲରେ ଉପଯୋଗ ମଧ୍ୟ ହୋଇପାରୁଛି। ଦୈତାରୀଙ୍କ ଏହି କାର୍ଯ୍ୟକୁ ପ୍ରଥମେ କେହି ଗ୍ରହଣ କରୁନଥିଲେ ହେଁ ପରେ ତାଙ୍କ ଉଦ୍ୟମକୁ ଦେଖି ଗାଁଲୋକ ମଧ୍ୟ ସହଯୋଗର ହାତ ବଢାଇଥିଲେ। ଦୈତାରୀ ସମସ୍ତଙ୍କ ସହଯୋଗରେ ଦୀର୍ଘ ତିନି କିଲୋମିଟିର ଦୂରରୁ ପାହାଡ଼ କାଟି ନିଜ ଗ୍ରାମକୁ ଚାଷ ପାଇଁ ଜଳର ଧାରା ଆଣିପାରିଥିଲେ।

ମୋଦି ଏହି କାର୍ଯ୍ୟକ୍ରମରେ ଆହୁରି କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢ଼ିବାକୁ ସାରା ବିଶ୍ୱ ଭାରତ ସହ ଛିଡ଼ା ହୋଇଛି।

Comment