ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଆରମ୍ଭ ହୋଇଯାଇଛି ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ପ୍ରି ୱେଡିଙ୍ଗ ସେଲିବ୍ରେସନ। ଏହି  ସେଲିବ୍ରେସନ ସ୍ୱିଜରଲାଣ୍ଡର ସେଣ୍ଟ. ମୋର୍ଟିଜ୍‌ ରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଅମ୍ବାନି ପରିବାରକୁ ବର୍ତ୍ତମାନ ସ୍ୱିଜରଲାଣ୍ଡରେ ଦେଖିବାକୁ ମିଳୁଛି।

ଏହି ପ୍ରି ୱେଡିଙ୍ଗ ସେଲିବ୍ରେସନରେ ବଲିଉଡର ବହୁ କଳାକାର ସାମିଲ ହେବେ। ଶୁଣିବାକୁ ମିଳୁଛି ଏହି ଉତ୍ସବରେ ଐଶର୍ଯ୍ୟା ଓ ଅଭିଷେକ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ବିଦ୍ୟା ବଲନ, କରଣ ଜୋହରଙ୍କ ସହିତ ପାଖାପାଖି ୩୦୦ ଖାସ୍‌ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

ଆସନ୍ତା ମାର୍ଚ୍ଚ ୯ରେ ଅମ୍ବାନି ପରିବାରର ବଡ଼ ପୁଅ ଆକାଶ ଅମ୍ବାନି ଓ ଶ୍ଲୋକାଙ୍କ ବିବାହ ହେବାକୁ ଯାଉଛି। ବିବାହ ପୂର୍ବରୁ ଆକାଶ ବ୍ୟାଚଲର ପାର୍ଟି ଦେଇଛନ୍ତି। ତେବେ ଆକାଶ ବିବାହ କରୁଥିବା ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ତଥା ରୋଜି ବ୍ଲୁ ଡାଇମଣ୍ଡସ୍‌ର ମାଲିକ ରଶେଲ ମେହେଟ୍ଟାଙ୍କ ଝିଅ।

ଆକାଶ ଓ ଶ୍ଳୋକାଙ୍କ ନିର୍ବନ୍ଧ ଗତ ବର୍ଷ ଜୁନ ୨୮ ତାରିଖରେ ମୁମ୍ବାଇରେ ହୋଇଥିଲା। ରାଜନୀତି, କଳା ତଥା ବ୍ୟବସାୟ ଜଗତ ସହ ଜଡିତ ଅନେକ ଲୋକେ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ। ଝିଅ ଇଶା ଅମ୍ବାନିଙ୍କ ବିବାହ ପରେ ଅମ୍ବାନି ପରିବାରର ବଡ଼ ପୁଅ ଆକାଶ ଅମ୍ବାନିଙ୍କ ରୟାଲ ୱେଡିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Comment