ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ମହିଳାଙ୍କ  ଗର୍ଭାବସ୍ଥା ପରୀକ୍ଷା ପାଇଁ ବଜାରରେ ସମସ୍ତ ପ୍ରକାର ଉପକରଣ ଉପଲବ୍ଧ ହେଉଛି। ପରୀକ୍ଷଣରୁ ମହିଳା ଗର୍ଭବତୀ ଅଛନ୍ତି  କି ନାହିଁ ଜଣାପଡ଼ିଥାଏ। କିନ୍ତୁ ପ୍ରାଚୀନ କାଳରେ କିପରି ଏହାକୁ ଜାଣୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୫୦୦ ବର୍ଷ ପୂର୍ବେ ମଧ୍ୟ ଗର୍ଭାବସ୍ଥା ପରୀକ୍ଷଣ ହେଉଥିଲା। ଏହାଛଡ଼ା ମହିଳାଙ୍କ ଗର୍ଭରେ ପୁଅ କି ଝିଅ ଅଛି  ସେ ସମୟରେ ମଧ୍ୟ ଜାଣିବାର ବ୍ୟବସ୍ଥା ଉପଲବ୍ଧ ଥିଲା।

ୟୁନିଟାଇଡେଟ୍ କିଙ୍ଗଡମ ଏରାର ପେପିରସ ନାମକ ଲିଖିତ ପୁସ୍ତକରେ କୁହାଯାଇଛି ଯେ, ପ୍ରାଚୀନ ମିସର କାଳରେ ଗର୍ଭାବସ୍ଥା ପରୀକ୍ଷଣ କରାଯାଉଥିଲା। ଏଥିରେ ଆଖି ରୋଗ ସମ୍ବନ୍ଧୀୟ ଚିକିତ୍ସା ମଧ୍ୟ ଉପଲବ୍ଧ।

ପେପିରସ ଅନୁସାରେ ୧୫୦୦ରୁ ୧୩୦୦ ଖ୍ରୀଷ୍ଟାଦ୍ଦ ମଧ୍ୟରେ  ମହିଳାଙ୍କ ଗର୍ଭାବସ୍ଥା ପରୀକ୍ଷଣ ହେଉଥିବାର ଉଲ୍ଲେଖ ଅଛି। ଏକ ବ୍ୟାଗରେ ମହିଳାଙ୍କ ପରିସ୍ରାକୁ ରଖି ସେଥିରେ ଗହମ ପକାଇବାକୁ ପଡ଼ୁଥିଲା। କିଛି ଦିନ ପରେ ଯଦି ବ୍ୟାଗରେ ଗହମ ଅଙ୍କୁରିତ ହୋଇଥିବ ତାହାଲେ ମହିଳା ଗର୍ଭବତୀ ଥିବା ସ୍ପଷ୍ଟ ହେଉଥିଲା। ଯଦି କିଛି ହେଉନଥିଲା ମହିଳା ଗର୍ଭବତୀ ନଥିବା ଜଣାପଡ଼ୁଥିଲା।

ଗର୍ଭାବସ୍ଥା ଛଡ଼ା ଜନ୍ମ ପୂର୍ବରୁ ମହିଳାଙ୍କ ପୁଅ କି ଝିଅ ହେବ ତାହା ମଧ୍ୟ ଜାଣିବାର ଉପାୟ ଲେଖା ଅଛି।  ଯଦି ବ୍ୟାଗରୁ ଯଅ ଅଙ୍କୁରିତ ହୋଇଥାଏ ତାହାଲେ ପୁଅ, ଯଦି ଗହମ ଅଙ୍କୁରିତ ହୁଏ ଝିଅ ହେବ ବୋଲି ଧରି ନିଆଯାଇଥାଏ। ଏହି ଚିକିତ୍ସା ଗ୍ରନ୍ଥରେ ଅନେକ ଚିକିତ୍ସା ବିଷୟରେ ଉପଲବ୍ଧ ରହିଛି। ଏହି ଗ୍ରନ୍ଥର ଅନୁବାଦ କରିବାର ଚେଷ୍ଟା ଜାରି ରହିଛି।

Comment