ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଟି କୋଟି ଟଙ୍କା ରୋଜଗାର ପାଇଁ ଲୋକଙ୍କ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଆଉ ଏହି ଟଙ୍କା କମାଇବା ବହୁ କମ୍ ଲୋକଙ୍କ ଭାଗ୍ୟରେ ଥାଏ। କିନ୍ତୁ ବିଶ୍ୱରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ତାଙ୍କ ପାଇଁ ଟଙ୍କାର ମୂଲ୍ୟ କିଛି ନୁହେଁ। ତାଙ୍କ ବନ୍ଧୁଙ୍କ ପାର୍ଟିରେ ସେ କୋଟି କୋଟି ଟଙ୍କା ଉଡ଼େଇ ଦେଉଛନ୍ତି। ଏଥିପାଇଁ ସେହି ବ୍ୟକ୍ତିଙ୍କ ନିକଟକୁ ଟ୍ରକ ଯୋଗେ ବ୍ୟାଙ୍କରୁ ଘରକୁ ଟଙ୍କା ବୁହାହୋଇ ଆସୁଛି।

ଏହି ବ୍ୟକ୍ତିଙ୍କ ନାଁ ହେଉଛି ଫ୍ଲୟର୍ଡ ମେବେଦର। ସେ ଜଣେ ବକ୍ସର ଭାବେ ଜଣାଣୁଣା। ଆମେରିକାର ସେ ସବୁଠୁ ଧନୀ ଆଥଲେଟ୍। ପାଖାପାଖି ୪ ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ ହେଉଛନ୍ତି ମେବେଦର। ସେ ଟଙ୍କାକୁ ଏତେ ଭଲ ପାଆନ୍ତି ବହୁ ସମୟରେ ଟଙ୍କା ବିଛାଇ ତା ଉପରେ ଶୋଇଥାନ୍ତି। ମେବେଦର ନିଜ କ୍ୟାରିୟର ଭିତରେ ୫୦ଟି ମ୍ୟାଚରେ ଅଂଶଗ୍ରହଣ କରିଛନ୍ତି ଏବଂ ପ୍ରତି ମ୍ୟାଚରେ ସେ ବିଜୟୀ ହୋଇଛନ୍ତି। ୨୦୧୭ରେ ନିଜର ୫୦ତମ ମ୍ୟାଚ ଖେଳିଥିଲେ। ଏହି ମୁକାବିଲାରେ ୧୮୦୦ କୋଟି ଟଙ୍କା ଆୟ କରିଥିଲେ।

ମେବେଦରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁନାର କପରେ ପାଣି ପିଉଥିବାର ନଜର ଆସିଛି। ଖାଲି ସେତିକି ନୁହେଁ ହାତ, ବେକରେ ସୁନା ଏବଂ ହୀରାର ଗହଣା ଥିବା ନଜର ଆସିଛି। କୁହାଯାଉଛି ମେବେଦର ବହୁବାର ଷ୍ଟ୍ରିପ କ୍ଲବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ତାଙ୍କ ଗ୍ୟାରେଜରେ ସବୁଠୁ ଦାମୀ ଗାଡ଼ି ରହିଛି। ମେବେଦରଙ୍କ ପାଖରେ ଏମିତି କିଛି ଘଣ୍ଟା ରହିଛି ଯାହାର ଦାମ୍ କୋଟି କୋଟି ଟଙ୍କା ଥିବା ଜଣାଯାଇଛି।

Comment