ଓଡ଼ିଶାଲାଇଭ୍ ବ୍ୟୁରୋ
ବାୟୁସେନାର ଜଣେ ପାଇଲଟ ନିଖୋଜ ଘଟଣା ଭାରତର ଚିନ୍ତା ବଢ଼ାଇଛି। ପାଇଲଟଙ୍କୁ ପାକିସ୍ତାନ ଗିରଫ କରିଛି ବୋଲି ପାକ୍ ଦାବି କରୁଥିଲାବେଳେ ଏହା କିନ୍ତୁ ସ୍ପଷ୍ଟ ହୋଇନାହିଁ।
ଏଭଳି ସ୍ଥିତିରେ ଶୀଘ୍ର ନିଖୋଜ ପାଇଲଟ ଦେଶକୁ ଫେରିଆସନ୍ତୁ ବୋଲି ଆଶା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ମିଳିତ ବିରୋଧୀ ବୈଠକରେ ପାଇଲଟଙ୍କ ନିଖୋଜ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାହୁଲ। ଏହି ବୈଠକ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
“ଏପରି ସମୟରେ ଆମେ ସେନାଙ୍କ ସହ ରହିଛୁ”, କହିଛନ୍ତି ରାହୁଲ। ଏନେଇ ରାହୁଲ ଟୁଇଟ ମଧ୍ୟ କରିଛନ୍ତି।
?? I’m sorry to hear that one of our brave IAF pilots is missing. I hope he will return home soon, unharmed. We stand by our armed forces in these difficult times. ??
— Rahul Gandhi (@RahulGandhi) February 27, 2019
ଏହି ବୈଠକରେ ୧୭ଟି ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସର୍ବ ଦଳୀୟ ବୈଠକ ଡାକିନଥିବାରୁ ବିରୋଧୀ ସମାଲୋଚନା କରିଛନ୍ତି।
ପୁଲୱାମା ଓ ତା’ପର ଘଟଣା ନେଇ ଯବାନଙ୍କ ପ୍ରଶଂସା କରିଛନ୍ତି କରିଛନ୍ତି ବିରୋଧୀ।


















