ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଯାତ୍ରୀ ବଙ୍ଗଳା ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଙ୍କଳ୍ପ ଦିବସ ପାଳିତ ହୋଇଥିଲା। ଏଥିରେ କେନ୍ଦ୍ର ସଡ଼କ ପରିବହନ ରାଜପଥ ଜାହାଜ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲକ୍ଷ୍ମଣଭାଇ ମାଣ୍ଡଭିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସେନା ବାହିନୀର କାର୍ଯ୍ୟ ଦକ୍ଷତାକୁ ତାରିଫ କରିଥିଲେ।
“ଆଜି ସମଗ୍ର ଦେଶରେ ଭାରତୀୟ ସେନା ବାହିନୀ ପ୍ରତି ଯେଉଁ ଶ୍ରଦ୍ଧା ଓ ସମ୍ମାନର ସୁଅ ଛୁଟିଛି, ତାହା ବୀର ସହିଦମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି”, କହିଥିଲେ ମାଣ୍ଡଭିଆ।
ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟ, ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ଚିତ୍ର ତାରକା ଶ୍ରୀତମ ଦାସ ପ୍ରମୁଖ ଯୋଗଦେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ବଖାଣି ଥିଲେ।


















