ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ଉଭୟ ଦେଶର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ହେବ ବୋଲି ଟ୍ରମ୍ପ କହିଛନ୍ତି। ଦୀର୍ଘ ସମୟ ଧରି ଚାଲିଥିବା ଉତ୍ତେଜନା ଏବେ ଧୀରେ ଧୀରେ ଥମୁଛି କହିଛନ୍ତି ଟ୍ରମ୍ପ।

ଆମେରିକା ଦୁଇ ଦେଶ ଭିତରେ ମଧ୍ୟସ୍ତି କରୁଥିବା ଟ୍ରମ୍ପ କହିଛନ୍ତି।

ପୂର୍ବରୁ ଫେବ୍ରୁଆରି ୧୪, ପୁଲୱାମା ଘଟଣାର ତୀବ୍ର ନିନ୍ଦା କରିଥିଲେ ଟ୍ରମ୍ପ। ପାକିସ୍ତାନ ଆତଙ୍କବାଦଙ୍କ ବିରୋଧରେ ପଦକ୍ଷେପ ନେଉ ବୋଲି ପରାମର୍ଶ ଦେଇଥିଲେ ଟ୍ରମ୍ପ।

ତେବେ ନିକଟରେ ଭାରତ ୪୦ ଜବାନଙ୍କ ହରାଇଥିବାରୁ ବଡ଼ ପଦକ୍ଷେପ ନେଇପାରେ ବୋଲି  ପୂର୍ବରୁ ମଧ୍ୟ କହିଥିଲେ ଟ୍ରମ୍ପ।

Comment