ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଡିଓ କନଫରେନ୍ସିଂ ଜରିଆରେ ବୁଥ୍‌ସ୍ତରୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି।

ମିଶନ ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ମେରା ବୁଥ୍‌ ସବସେ ମଜବୁତ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏଥିପାଇଁ ୧୫ ହଜାର ସ୍ଥାନରେ ଭିଡିଓ କନଫରେନ୍ସିଂ ଜରିଆରେ ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଛନ୍ତି। ମୋଦି ତାଙ୍କ ଉଦବୋଧନରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି।

ଭାରତରେ ଅସ୍ଥିରତା ସୃଷ୍ଟିପାଇଁ ଶତ୍ରୁ ଦେଶ ଚେଷ୍ଟା କରୁଛି। ଶତ୍ରୁଙ୍କ ଏହି ଉଦ୍ଦେଶ୍ୟ ପୂରା ହେବାକୁ ଆମେ ଦେବୁନି। ପୁଲୱାମା ଘଟଣା ପାଇଁ ଆଜି ପୂରା ଦେଶ ଏକାଠି ହୋଇଛି ଓ ଯବାନଙ୍କ ସହିତ ଅଛି। ଆମର ସେନାକୁ ନେଇ ମୁଁ ଗର୍ବିତ”, କହିଛନ୍ତି ମୋଦି।

ସେ ଆହୁରି କହିଛନ୍ତି ନୂଆ ରୀତି ଓ ନୂଆ ନୀତିକୁ ଦେଶ ଆଗକୁ ବଢ଼ୁଛି।

ନ୍ୟୁ ଇଣ୍ଡିଆ ପାଇଁ ନୂଆ ପ୍ରୟାସ ଜରୁରୀ ବୋଲି କହିଛନ୍ତି ମୋଦି।

“ଏବେ ପରୀକ୍ଷାର ସମୟ ଆସିଯାଇଛି। ଦେଶର ପ୍ରଗତି ରୋକିବାକୁ ଶତ୍ରୁ ଚେଷ୍ଟା କରୁଛି। ଭାରତ ଏକ ହୋଇ ରହିବ, ଏକ ହୋଇ ଲଢ଼ିବ। ଏବେ ପୂରା ଦେଶବାସୀଙ୍କ ଭାବନା ଏକ ଅଲଗା ସ୍ତରରେ ଅଛି”, କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here