ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ମା’ ପାଇଁ ତା’ର ପିଲା ହିଁ ସବୁକିଛି ଯେଉଁଥିପାଇଁ ସେ ସବୁକିଛି କରିପାରେ। ଯେତେବେଳେ ମା’ ଗର୍ଭବତୀ ହୋଇଥାଏ ସେବେଠୁ ଶିଶୁ ସହିତ ସମ୍ପର୍କ ଯୋଡ଼ି ହୋଇଥାଏ। ଏମିତି ବି କୁହାଯାଇଥାଏ ମା’ ଭଗବାନଙ୍କ ଠାରୁ ଊର୍ଦ୍ଧ୍ୱରେ, ସେ କେବେବି ପିଲାର ଖରାପ ଚିନ୍ତା କରିନଥାଏ। କିନ୍ତୁ ବିଶ୍ୱରେ ଏମିତି ମା’ ଅଛି ଯିଏ ଶିଶୁର ମୃତ୍ୟୁ ପାଇଁ କାମନା କରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ଉତ୍ତର ଆଫ୍ରିକାରେ ଘଟିଛି।

ଶିଶୁଟିର ଗର୍ଭରେ ମୃତ୍ୟୁ ହୋଇଯାଉ ମା’ ପ୍ରାର୍ଥନା କରୁଥିଲା। କାରଣ ସେ ପୂର୍ବରୁ ୨ଟି ଝିଅର ମା’ ହୋଇସାରିଥିଲେ। ଜଣଙ୍କର ବୟସ ୬ ବର୍ଷ ଅନ୍ୟଜଣଙ୍କର ବୟସ ୮ ବର୍ଷ ହେବ। ୨ଟି ଝିଅ କାରଣରୁ ମା’ ପୁଅ ଚାହୁଁଥିଲା।

ବର୍ତ୍ତମାନ ସେ ୭ ମାସର ଗର୍ଭବତୀ ଅଛନ୍ତି। ମହିଳା ଜଣଙ୍କ ଡିପ୍ରେସନରେ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ୧୦ ଜଣଙ୍କ ମଧ୍ୟରୁ ଜଣେ ମହିଳା ଏଭଳି ରୋଗର ଶିକାର ହୋଇଥାନ୍ତି ବୋଲି କହିଛନ୍ତି ଡାକ୍ତର। ଦୀର୍ଘ ଦିନର ବ୍ୟବଧାନ ପରେ ମା’ ହେବା ଏବଂ ସେହି ଶିଶୁ ପାଇଁ ମାନସିକ ରୂପରେ ପ୍ରସ୍ତୁତ ନଥିବାରୁ ଏଭଳି ରୋଗର ଶୀକାର ହୋଇଛନ୍ତି। ଏହି କାରଣରୁ ମା’ ଶିଶୁର ମୃତ୍ୟୁ ପାଇଁ ପ୍ରାର୍ଥନା କରୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Comment