ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଯାଜପୁର ଗସ୍ତ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହିତ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ସୁଙ୍ଗଡ଼ା ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଛି।

ନବୀନ ଏହି ଗସ୍ତରେ ଯାଜପୁରରେ ୧୦୯ କୋଟିରୁ ଅଧିକ ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ବଡ଼ଗେଙ୍ଗଟଇ ନଦୀ ଉପରେ ହାଇଲେଭଲ ସେତୁ ଉଦଘାଟନ କରିବା ସହିତ ସାନଗେଙ୍ଗୁଟି ନଦୀ ହାଇଲେଭଲ ସେତୁ ଉଦଘାଟନ କରିଛନ୍ତି।

ଚଣ୍ଡିଖୋଲରେ ଉତ୍କଳ ୟୁନିଭିର୍ସିଟିର  କ୍ୟାମ୍ପସ ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ।

୪୩ କୋଟି ୪୯ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହାପରେ ଭଦ୍ରକ ଜିଲ୍ଲା ଗସ୍ତ କରିବେ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here