ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟଣାରେ ଏନଡିଏର ସଂକଳ୍ପ ରାଲିରେ ରବିବାର ଯୋଗ ଦେଇଛନ୍ତି।

“ନୂଆ ନୀତି ଓ ରୀତିକୁ ନେଇ ଆଗଉ ଥିବା ଭାରତ ଏବେ ଯବାନଙ୍କ ବଳିଦାନର ପ୍ରତିଶୋଧ ଶତ୍ରୁଙ୍କଠୁ ନେଉଛି। ବରୋଧୀ ଦଳ ନେତା ଯବାନଙ୍କ ପରାକ୍ରମ ଉପରେ ସନ୍ଦେହ କରୁଛନ୍ତି। ଯେମିତି ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଥିଲେ ସେମିତି ଏବେ ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଉଛନ୍ତି “, ବିରୋଧୀ ଦଳଙ୍କୁ ଟାର୍ଗଟେ କରି ମୋଦି ପାଟଣା ଗାନ୍ଧି ମଇଦାନରେ ଏନ୍‌ଡିଏର ସଂକଳ୍ପ ରାଲିରେ ସମ୍ବୋଧନ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି।

ସେ  ଆହୁରି କହିଛନ୍ତି ଯେ, ସେନା ଯେତେବେଳେ ଶତ୍ରୁଙ୍କ ସହ ସୀମାରେ ଲଢ଼େଇ କରୁଛନ୍ତି ବିରୋଧୀ ସେତେବେଳେ ତାଙ୍କ ମନୋବଳ ଦୃଢ଼ କରିବା ଛାଡ଼ି ତାଙ୍କ ପରାକ୍ରମ ଉପରେ ସନ୍ଦେହ କରୁଛନ୍ତି। ବିରୋଧୀଙ୍କ ଏଭଳି ପ୍ରଶ୍ନରେ ଶତ୍ରୁ ଖୁସି ହେଉଛନ୍ତି।

ଦେଶ ଉପରେ ଖରାପ ନଜର ପକାଉଥିବା ଶତ୍ରୁଙ୍କ ପାଇଁ ଆପଣଙ୍କ ଚୌକିଦାର ସବୁବେଳ ଦିୱାର ହୋଇ ଛିଡ଼ା ହୋଇଛି କହିଛନ୍ତି ମୋଦି।

ସେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି। ବିହାରର ଉନ୍ନତିରେ ନୀତିଶଙ୍କର ମୁଖ୍ୟ ଭୂମିକା ଥିବା ସେ କହିଛନ୍ତି।

 

Comment