ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରେ ଯୋଗ ଦେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ହ୍ୟୁମାନଙ୍କ ଯୋଗଦାନ ଦଳକୁ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ହ୍ୟୁମାନଙ୍କ ଲକ୍ଷ ଲକ୍ଷ ଫ୍ୟାନ ରହିଛନ୍ତି। ସଙ୍ଗୀତର ଯାଦୁରେ ହ୍ୟୁମାନ ଯୁବପିଢ଼ିଙ୍କୁ ମତୁଆଲା କରିଥାନ୍ତି। ଆଗାମୀ ନିର୍ବାଚନରେ ହ୍ୟୁମାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ।

ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଭଳି ଓଲିଉଡ କଳାକାର ବିଜେଡିରେ ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here