ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୫ରୁ ଆରମ୍ଭ ହେବ ବିଜେଡିର ନୂଆ ଅଭିଯାନ। ପଞ୍ଚାୟତିରାଜ ଦିବସ ଅବସରରେ ଏହି ଅଭିଯାନକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏହି ଅଭିଯାନର ନାମ ରହିଛି ‘ଘରେ ଘରେ ଶଙ୍ଖ – ମତାମତ କରନ୍ତି ଆପଣ, ପାଳନ କରନ୍ତି ନବୀନ’।

ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଅରୁଣ ସାହୁ। ଏହି ଅଭିଯାନରେ ପ୍ରତ୍ୟେକ ଓଡ଼ିଆ ସାମିଲ ହେବେ। ପ୍ରତ୍ୟେକ ସ୍ତରରୁ ଲୋକମତ ସଂଗ୍ରହ କରାଯିବ। ଲୋକଙ୍କ ମତାମତ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଫର୍ମ ପ୍ରସ୍ତୁତ କରି ଖୁବ୍‌ ଶୀଘ୍ର ତୃଣମୂଳ ସ୍ତର ଲୋକଙ୍କ ପାଖକୁ ଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜେଡି ନେତା ଅରୁଣ ସାହୁ କହିଛନ୍ତି, “ବିଜୁ ଜନତା ଦଳର ଇସ୍ତାହାର ପ୍ରସ୍ତୁତ କରନ୍ତି ଓଡ଼ିଶାର ଜନ ସାଧାରଣ। ଅର୍ଥାତ ଜନସାଧାରଣଙ୍କ ସହଯୋଗ ଏବଂ ସହମତିରେ ହିଁ ଇସ୍ତାହାର ପ୍ରସ୍ତୁତ ହୁଏ। ଓଡ଼ିଶାବାସୀଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସବୁବେଳେ ତତ୍ପର।”

LEAVE A REPLY

Please enter your comment!
Please enter your name here