ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ରୋଗ ହେଲେ ଚିକିତ୍ସା ହେବା ପାଇଁ ଲୋକେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି, କିନ୍ତୁ ବିଶ୍ୱରେ ଏଭଳି ଏକ ଗୁମ୍ଫା ଅଛି ଯେଉଁଠି ରୋଗ ଭଲ ହୋଇଯାଉଛି। ଏକଥା ଆମେ କହୁନାହୁଁ ଚିକିତ୍ସିତ ହୋଇଥିବା ଲୋକେ ହିଁ କହୁଛନ୍ତି। ଏହି ଗୁମ୍ଫାଟି ଅଷ୍ଟ୍ରିଆର ଗଷ୍ଟିନରେ ଅବସ୍ଥିତ।

ଲୋକେ ଏହି ଗୁମ୍ଫାକୁ ଶୋଇବା ପାଇଁ ଯାଇଥାନ୍ତି କାରଣ ଏଠାରେ ଶୋଇଲେ ରୋଗ ଭଲ ହେଉଥିବାର ବିଶ୍ୱାସ ରହିଛି। କୁହାଯାଉଛି ଗୁମ୍ଫାରେ ଶୋଇବା କାରଣରୁ ବହୁ ପ୍ରକାର ରୋଗ ଭଲ ହେଉଛି। ଅଷ୍ଟ୍ରିଆର ଗଷ୍ଟିନରେ ଏହି ଗୁମ୍ଫା ଅବସ୍ଥିତ। ଏଠାରେ ସର୍ବପ୍ରଥମେ ଲୋକେ ସୁନା ସନ୍ଧାନରେ ଆସୁଥିଲେ କିନ୍ତୁ ପରେ ଜଣାପଡ଼ିଥିଲା ଯେ, ଗୁମ୍ଫାରୁ ବାହାରୁଥିବା ଗ୍ୟାସରୁ ବଡ଼ ବଡ଼ ରୋଗ ଭଲ ହେଉଛି।

ଗୁମ୍ଫାରୁ ବାହାରୁଥିବା ରେଡାନ ଗ୍ୟାସ ରେଡିଓଆକ୍ଟିଭ ଗ୍ୟାସ ଅଟେ। ଗୁମ୍ଫା ଭିତରେ ଗରମ ବାତାବରଣ ଯୋଗୁଁ ଯେଉଁ ଗ୍ୟାସ ବାହାରିଥାଏ ତାହା ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଆଣ୍ଠୁଗଣ୍ଠି ଏବଂ ତ୍ୱଚା ଜନିତ ରୋଗ ଭଲ ହେଉଥିବା ଗୁମ୍ଫାରେ ରହି ଭଲ ହୋଇଥିବା ରୋଗୀ କହିଛନ୍ତି। ୟୁରୋପ ଏବଂ ଅନ୍ୟଦେଶରୁ ଲୋକେ ଏଠାକୁ ଆସି ଭଲ ହେଉଛନ୍ତି। ଏହି ଗୁମ୍ଫା ପର୍ଯ୍ୟନ୍ତ ଲୋକେ ଆସିବା ପାଇଁ ଟ୍ରେନ ବି ଚାଲୁଅଛି। ଲୋକଙ୍କ ପାଇଁ ସବୁବେଳେ ଏବଂ ସବୁ ସମୟରେ ଡାକ୍ତର ଉପସ୍ଥିତ ରହିଥାନ୍ତି।

Comment