ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନ କରିବେ ସାମ୍ବାଦିକ ସମ୍ମିଳନୀ।
ଲୋକସଭା ଏବଂ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ। ନୂଆଦିଲ୍ଲୀରେ ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ ରହିଛି। ଏଥିରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।
୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ!
ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଶେଷ ହେବ ବୋଲି କୁହାଯାଉଛି। ଏପ୍ରିଲ ୧୦ରୁ ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି। ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟ ଏବଂ ବିହାରରେ ୪ରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।
ତାରିଖ ଘୋଷଣାରେ ବିଳମ୍ବ
ନିର୍ବାଚନ କମିଶନ ପୂର୍ବରୁ ହୋଇଥିବା ୩ଟି ସାଧାରଣ ନିର୍ବାଚନ ପାଇଁ ଆଗୁଆ ତାରିଖ ଘୋଷଣା କରିଥିବାର ନଜିର ରହିଛି। ହେଲେ ଚଳିତ ଥର ତାରିଖ ଘୋଷଣାରେ ବିଳମ୍ବ ହୋଇଥିବା କୁହାଯାଉଛି।
୨୦୦୪ରେ ଫେବ୍ରୁଆରି ୨୯, ୨୦୦୯ରେ ମାର୍ଚ୍ଚ ୨, ୨୦୧୪ରେ ମାର୍ଚ୍ଚ ୫ରେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ। କିନ୍ତୁ ଚଳିତ ଥର ତାରିଖ ଘୋଷଣାରେ ବିଳମ୍ବ ହୋଇଥିବା କୁହାଯାଉଛି।








ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନ କରିବେ ସାମ୍ବାଦିକ ସମ୍ମିଳନୀ।








