ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ ସହ ପ୍ରଥମେ ଭିସା ଦରକାର ପଡ଼ିଥାଏ। ହେଲେ ଏମିତି କିଛି ଦେଶ ଅଛି ଯେଉଁଠାକୁ ଭାରତୀୟ ବିନା ଭିସାରେ ଯାଇପାରିବେ।

ସାଧାରଣତଃ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ ସହ ପ୍ରଥମେ ଭିସା ତିଆରି କରିବା ଆବଶ୍ୟକ ହୋଇଥାଏ। ପ୍ରଥମ ବିଶ୍ୱଯୁଦ୍ଧ ପରେ ହିଁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିଲା।  ଭିସା ହାସଲ କରିବା କଷ୍ଟକର ବ୍ୟାପାର ହୋଇଥାଏ।

ଭିସା ଲାଗି ବହୁତ ସମୟ ମଧ୍ୟ ଲାଗିଥାଏ। ତେବେ ଜାଣନ୍ତୁ ଏମିତି କିଛି ଦେଶ ଅଛି ଯେଉଁଠିକୁ ଯିବା ପାଇଁ ଭାରତୀୟଙ୍କୁ ଭିସା ଆବଶ୍ୟକ ହୋଇନଥାଏ।  ନେପାଳ, ଜାମାଇକା, ଭୁଟାନ,ମରିସସ, ଫିଜି, କାମ୍ବୋଡିଆ, ଇକ୍ୱେଡର, ମକାଓ, ହଙ୍କକଙ୍ଗ, ମାଳଦ୍ୱୀପ।

ନେପାଳ: ଭାରତର ପଡୋଶୀ ଦେଶ ନେପାଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ନେପାଳ ଗଲେ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡିନଥାଏ।

ଜାମାଇକା: ଜାମାଇକା ଯିବା ପାଇଁ ଭାରତୀୟଙ୍କ ଲାଗି ଭିସା ଦରକାର ହୁଏନାହିଁ।

ଭୁଟାନ: ଭୁଟାନର ପ୍ରାକୃତିକ ସୌନ୍ଦର୍ଯ୍ୟ‌୍ୟ୍ୟ ପାଇଁ ଲୋକେ ଏଠାକୁ ଯିବାକୁ ପସନ୍ଦ କରନ୍ତି।

ଫିଜି: ଏହି ଦେଶ ସମୁଦ୍ର କୂଳ ପାଇଁ ପ୍ରସିଦ୍ଧ ଓ ଏଠାକୁ ଯିବା ପାଇଁ ଭିସାର ଆବଶ୍ୟକ ପଡିନଥାଏ।

ମାଳଦ୍ୱୀପ: ୬୦ ଦିନ ପାଇଁ ଏହି ଦେଶରେ ଭାରତୀୟମାନେ ଭିସା ନନେଇ ଯାଇପାରିବେ।

କାମ୍ୱୋଡିଆ: ପୁରା ବିଶ୍ୱ କାମ୍ୱୋଡିଆର ଅଙ୍କରୱାଟ ମନ୍ଦିର ପ୍ରସିଦ୍ଧ। ଏଠାରେ ବିନା ଭିସାରେ ଭାରତୀୟ ନାଗରିକ ୩୦ ଦିନ ଯାଏଁ ବୁଲାବୁଲି କରିପାରିବେ।

ମକାଓ: ଏହି ଦେଶରେ ଭାରତୀୟଙ୍କୁ ଭିସା ନନେଇ ଯିବାର ଅନୁମତି ଅଛି।

ମରିସସ: ଏହି ଦେଶରେ ଭିସା ନନେଇ ଭାରତୀୟମାନେ ୬୦ ଦିନ ଯାଏଁ ବୁଲାବୁଲି କରିପାରିବେ।

ଇକ୍ୱେଡର: ସାଉଥ ଆମେରିକାର ଇକ୍ୱେଡର ଯିବା ପାଇଁ ଭିସା ଦରକାର ହୁଏ ନାହିଁ।

ହଙ୍ଗକଙ୍ଗ: ହଙ୍ଗକଙ୍ଗ ଏକ ସୁନ୍ଦର ଦେଶ, ଏଠାରେ ୧୪ ଦିନ ପାଇଁ ଭାରତୀୟ ନାଗରିକ ଭିସା ନକରି ମଧ୍ୟ ବୁଲାବୁଲି କରିପାରିବେ। ଏହି ଦେଶ ପାଇଁ ଭାରତୀୟଙ୍କୁ ଭିସା ଫିସ୍  କମ୍ ପଡ଼ିଥାଏ। ଥାଇଲାଣ୍ଡ, ଇଣ୍ଡୋନେସିଆ ଏବଂ ଶ୍ରୀଲଙ୍କା ଯିବାକୁ ହେଲେ ଭିସା ପାଇଁ ଭାରତୀୟଙ୍କୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

 

Comment