ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ବସନ୍ତ ଋତୁର ଆଗମନରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରକୁ ଗଲାଣି। ତେବେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ମଧ୍ୟରେ ଏହା ବଢ଼ି ୩୯ ଛୁଇଁ ପାରେ ବୋଲି ପୂର୍ବାନୁମାନ କରାଯାଉଛି।

ରାଜ୍ୟରେ ଏହି ଭଳି ତାତି ଆହୁରି ୫ ଦିନ ଲାଗି ରହିବ। ଦିନରେ ପାରଦ ୩୫ ଡିଗ୍ରୀ ଉପରେ ରହିବା ସହିତ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ମାର୍ଚ୍ଚ ୧୫ ପରେ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବ।

Comment