ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ)।

ବିଜେଡିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର।। ଏହା ତାଙ୍କର ଘରବାହୁଡ଼ା। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିତୁ ମିତ୍ର ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

ବିଜେଡିରେ ଯୋଗ ଦେଇ ଜିତୁ ମିତ୍ର କହିଛନ୍ତି, “ବିଜୁ ଜନତା ଦଳ ମୋର ପୁରୁଣା ଘର। ମୁଁ ମୋ ଘରକୁ ଫେରିଛି। ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ। ଖୋର୍ଦ୍ଧାରେ ବିଜେଡିର ପ୍ରଭାବ ଅଧିକ।”

୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପିର ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ଜିତି ନଥିଲେ।

୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପିର ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ଜିତି ନଥିଲେ। ୨୦୦୦ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତି ବିଧାନସଭା ଯାଇଥିଲେ।

ସେ ଦୁଇଥର ଖୋର୍ଦ୍ଧା ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ।

Comment