ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। ୨୦୧୯ରେ ଓଡ଼ିଶା ନୂଆ ସକାଳ ଦେଖିବ ବୋଲି ବିଜୟ କହିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।

ବିଜୟ-ଦିଲ୍ଲୀପ ଯୋଡ଼ିଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌ର ଓପିନିଅନ ଓଡ଼ିଶା ଅଭିଯାନରେ ମତ ରଖି ଅନେକ ପାଠକ କହିଛନ୍ତି ଯେ ତାଙ୍କ ଅମଳର ରାଜନୀତି ଆଉ ନାହିଁ। ଏଣୁ ସେମାନେ ରାଜନୀତିରୁ ଦୂରେଇ ରୁହନ୍ତ।

ଓଡ଼ିଶା ହେଉ କି ଜାତୀୟ, ପ୍ରତିଦିନ କିଛି ନା କିଛି ବଡ଼ ଧରଣର ଘଟଣା ଘଟୁଛି। ତା’ସାଙ୍ଗକୁ ଆଗକୁ ନିର୍ବାଚନ ଆସୁଥିବାରୁ ରାଜନୀତିକ ବଜାର ବି ଗରମ ରହିଛି। ବିଶେଷକରି ସୋସିଆଲ ମିଡିଆରେ ସକ୍ରିୟ ଥିବା ଓଡ଼ିଶାର ସାଧାରଣ ପାଠକ ଓ ଦର୍ଶକମାନଙ୍କ ମତାମତକୁ  ଅଗ୍ରାଧିକାର ଦେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆରମ୍ଭ କରାଯାଇଛି ‘ଓପିନିଅନ ଓଡ଼ିଶା’।

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବୁଧବାରଦିନ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଯୋଡ଼ିଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ପ୍ରଶ୍ନ ପଚରା ଯାଇଥିଲା।

ଏହି ପ୍ରସଙ୍ଗରେ କମେଣ୍ଟ କରିଥିବା ପାଠକମାନଙ୍କ ମଧ୍ୟରୁ ଅନେକବିଜୟ-ଦିଲ୍ଲୀପ ରାଜନୀତିରୁ ସନ୍ନ୍ୟାସ ନେଇଯିବା କହିବା ସହ ଆଉ କିଛି ପାଠକ ‘ମଦର ପାର୍ଟି’ ବିଜେଡିକୁ ଫେରିଯିବା ପାଇଁ ମତାମତ ଦେଇଛନ୍ତି।

ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚୟ ହାସଲ କରିଥିଲେ ବିଜୟ ଏବଂ ଦିଲ୍ଲୀପ। ବିଜୁ ଜନତା ଦଳ ଗଠନ ବେଳେ ବି ଉଭୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ପରିସ୍ଥିତିରେ ପଡ଼ି ସେମାନେ ବିଜେଡିରୁ ଦୂରେଇ ଯାଇଥିଲେ। ସେମାନେ ବିଜେପିରେ ଯୋଗ ଦେଇଥିଲେ।

ବିଜେପିରେ ୨୦୦୯ରୁ ୨୦୧୮ ଯାଏଁ ରହିବା ପରେ ଏହି ଦୁଇ ବରିଷ୍ଠ ନେତା ବିଜେପି ଛାଡ଼ିଛନ୍ତି। ଏପର୍ଯ୍ୟନ୍ତ ଏହି ଦୁଇ ନେତା କୌଣସି ଦଳରେ ଯୋଗ ଦେଇ ନାହାନ୍ତି।

‘ଓପିନିଅନ ଓଡ଼ିଶା’ ଅଭିଯାନରେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍ ପେଜ୍ www.facebook.com/odishalive ରେ ଆମେ ଉଠାଉଛୁ ପ୍ରଶ୍ନ, ଆପଣମାନେ କମେଣ୍ଟ ବକ୍ସରେ ଦେଉଛନ୍ତି ଉତ୍ତର।

ଏହି ଜନମତ ଅଭିଯାନରେ ଆମେ ପ୍ରତିଦିନ କିଛି ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରିବୁ। ସକ୍ରିୟ ରହି ଆପଣ ମୂଲ୍ୟବାନ ମତାମତ ଦେବାକୁ ‘ଓଡ଼ିଶାଲାଇଭ୍‌’ ଟିମ୍‌ ପକ୍ଷରୁ ଆହ୍ୱାନ କରାଯାଉଛି।

LEAVE A REPLY

Please enter your comment!
Please enter your name here