ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ସମସ୍ତ ଘରେ ଅସରପା ସମସ୍ୟା ଦେଖାଯାଇଥାଏ। ଜାଣନ୍ତୁ କେମିତି ସହଜ ଉପାୟରେ ଘରୁ ଅସରପା ଦୂରେଇ ପାରିବେ।
ଘରର ଅନ୍ୟ ରୁମ୍ ତୁଳନାରେ ରୋଷେଇ ଘରେ ଅଧିକ ଅସରାପା ହୋଇଥାନ୍ତି। ସାଧାରଣତଃ ପ୍ରତିଟି ଘରେ ଏହି ସମସ୍ୟା ଦେଖାଯାଇଥାଏ। ଆରମ୍ଭରୁ ଏମାନଙ୍କୁ ନଦୂରେଇଲେ ଘରେ ଏମାନଙ୍କ ସଂଖ୍ୟା ବଢ଼ିଥାଏ।
ତେବେ ଜାଣନ୍ତୁ ଘରୁ ଅସରଫା ଦୂରେଇବାର କେତେକ ସହଜ ଉପାୟ

ତେଜପତ୍ର ବାସ୍ନାରେ ଅସରପା ଦୂରେଇ ଯାଆନ୍ତି। ତେଣୁ ଯେଉଁ କୋଣରେ ଅସରପା ଦେଖାଯିବେ ସେଠାରେ ୨/୩ ଟି ତେଜପତ୍ର ରଖିଦିଅନ୍ତିୁ। କମ୍ ଦିନରେ ଅସରପା ଚାଲିଯିବେ।
ଅନ୍ୟ ଏକ ଉପାୟ ହେଉଛି ଗୋଟିଏ ପାତ୍ର ସମପରିମାଣର ଚିନି ବେକିଂ ପାଉଡର ନିଅନ୍ତୁ। ତାକୁ ଭଲ ଭାବରେ ମିଶାଇ ଅସରପା ଥିବା ସ୍ଥାନରେ ବା ଘରର କୋଣ ଅନୁକୋଣରେ ଅଳ୍ପ ଅଳ୍ପ ପକାଇ ଦିଅନ୍ତୁ। ଚିନି ସ୍ୱାଦରେ ଆକର୍ଷିତ ହେଲାପରେ ବେକିଂ ଗନ୍ଧରେ ଅସରପା ଛାଡ଼ି ପଳାଇବେ।

ଲବଙ୍ଗ ଗନ୍ଧରେ ଅସରପା ଦୂରେଇ ଯାଆନ୍ତି। ରୋଷେଇ ଘରର ବିଭିନ୍ନ ସ୍ଥାନରେ ଲବଙ୍ଗ ରଖିଲେ ଅସରପାଙ୍କୁ ରକ୍ଷା ପାଇ ପାରିବେ।










