ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସରପା ନାଁ ଶୁଣିଲେ ଅନେକ ଭୟଭୀତ ହୋଇଯାଆନ୍ତି। ଆପଣ ହୁଏତ ଅସରପାକୁ ଡରୁଥିବେ ହେଲେ ଚୀନ ଲୋକଙ୍କ ପାଇଁ ଅସରପା ରୋଜଗାର ମାଧ୍ୟମ ସାଜିଛି।

ଏଥିପାଇଁ ଚୀନର ଶିଚାଙ୍ଗ୍‌ ସହରରେ ଏକ କମ୍ପାନି ଅସରପା ଚାଷ କରୁଛି। ଏଠାରେ ପ୍ରତିବର୍ଷ ୬ କୋଟି ଅସରପା ଚାଷ କରାଯାଉଥିବା ଜଣାପଡ଼ିଛି। ଏଠାରେ ଅସରପାଙ୍କ ରକ୍ଷଣାବେକ୍ଷଣାଠୁ ଆରମ୍ଭ କରି ପ୍ରଜନନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ହୋଇଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଚୀନରେ ଅସରପାଙ୍କୁ ସରବତ୍‌ କରାଯାଉଛି।

ଏହା ଏକ ଔଷଧ ଭାବେ ବିକ୍ରି ହେଉଛି। ପେଟ ଖରାପ, ବାନ୍ତି, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଲେ ଲୋକେ ଏହି ସରବତ୍‌ ପିଇ ଥାଆନ୍ତି।

ଏହି ଅସରପା ସରବତ୍ ବିଭିନ୍ନ ରୋଗରୁ ମୁକ୍ତ ଦେଇଥାଏ ବୋଲି କୁହାଯାଉଛି। ଔଷଧ ପାଇଁ ଅସରପା ଚାଷ ଚୀନର ସରକାରୀ ଯୋଜନା ମଧ୍ୟରୁ ଗୋଟିଏ।

Comment