ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବେ କେବେ ଅସରପାଙ୍କ ସଂଖ୍ୟା ବଢ଼ି ଯାଆନ୍ତି। ଏହି ଅସରପାମାନେ ଘରକୁ ଅପରିଷ୍କାର କରିଥାନ୍ତି। ଅଧିକାଂଶ ସମୟରେ ଖାଦ୍ୟକୁ ମଧ୍ୟ ନଷ୍ଟ କରିଦେଇଥାନ୍ତି। ଅସରପା ଯୋଗୁଁ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ। ଘରୁ ଅସରପାଙ୍କୁ ଘଉଡ଼ାଇବାକୁ ଚାହୁଁଥିଲେ ଆପଣ କିଛି ଘରୋଇ ଉପାୟ ଆପଣେଇ ପାରିବେ।

ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା ମିଶାଇ ଅସରପା ରହୁଥିବା ସ୍ଥାନରେ ରଖିଲେ ଅସରପା ପଳାଇ ଯାଇଥାନ୍ତି।।

ଅସରପା ରହୁଥିବା ସ୍ଥାନରେ ତେଜପତ୍ର ପକାଇଲେ ଏହାର ବାସ୍ନାରେ ସେମାନେ ସେଠାରୁ ପଳାଇ ଯାଇଥାନ୍ତି।

ଅସରପା ଘଉଡ଼ାଇବା ପାଇଁ ଆପଣ ଲବଙ୍ଗର ବ୍ୟବାହାର କରିପାରିବେ। ଷ୍ଟୋରରୁମ୍‌, ଫ୍ରିଜ ଆଦି ସ୍ଥାନରେ ଲବଙ୍ଗ ଗୁଣ୍ଡ ରଖିଦିଅନ୍ତୁ। ଦେଖିବେ ଅସରପା ଘରୁ ପଳାଇଯିବେ।

Comment