ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଦ୍ୟ ପଦାର୍ଥରେ ଅଜବ ଅଜବ ଜିନିଷ ବାହାରିଥିବା କଥା ପୂର୍ବରୁ ଶୁଣିଥିବେ। ବେଳେବେଳେ ହୋଟେଲରେ ଖାଉଥିବାବେଳେ ଖାଦ୍ୟରେ ପୋକ କିମ୍ୱା ଅନ୍ୟ କୌଣସି ଜିନିଷ ବାହାରିଥିବା ଘଟଣା ପୁରୁଣା। ଏମିତି ଏକ ଘଟଣା ଚୀନରେ ଘଟିଛି ଯାହାକୁ ବିଶ୍ୱାସ କରିହେବ ନାହିଁ।

ଚୀନରେ ରେସ୍ତୋରାଁରୁ ଜଣେ ମହିଳା ରାତ୍ରି ଭୋଜନ ପାଇଁ ତରକାରୀ ଅନଲାଇନ ଅର୍ଡର କରିଥିଲେ। ସମୟ ମଧ୍ୟରେ ମହିଳାଙ୍କ ଅର୍ଡର ତାଙ୍କ ଘରେ ପହଂଚି ଯାଇଥିଲା।  ଏହାପରେ ମହିଳା ଖାଇବା ବାଢ଼ିଥିଲେ ଯାହାକୁ ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଖାଇବା ବାଢ଼ିବା ସମୟରେ ତରକାରୀରେ ଅସରପା ପଡିଥିବା ଦେଖିବାକୁ ପାଇଥିଲେ। ସେ ପୁଣି ଗୋଟିଏ କି ୨ଟି ନୁହେଁ ପୁରା ୪୦ଟି ମଲା ଅସରପା। ଏହାପରେ ମହିଳା ରେସ୍ତୋରାଁ ମାଲିକଙ୍କ ନାଁରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପାଇଁ ରେସ୍ତୋରାଁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ମହିଳା ଅର୍ଡର କରିଥିବା ଖାଦ୍ୟ ସେତେବେଳେ ରୋଷେଇ କରାଯାଇଥିଲା ନା ପୂର୍ବରୁ ଥିବା ଖାଦ୍ୟକୁ ଗରମ କରି ଦିଆଯାଇଥିଲା ସେନେଇ ଯାଞ୍ଚ କରାଯାଉଛି। ମହିଳାଙ୍କ ବନ୍ଧୁ ଏହାର ଭିଡିଓ ମଧ୍ୟ ରେକଡିଂ କରିଛନ୍ତି। ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

Comment