ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ନିଜର ପାନ କାର୍ଡକୁ ଆଧାର ନମ୍ବର ସହ ଲିଙ୍କ କରାଇଛନ୍ତି ତ? କାରଣ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଯଦି ଆପଣ ନିଜର ପାନ କାର୍ଡକୁ ଆଧାର ଲିଙ୍କ୍ କରାଇନାହାନ୍ତି ତେବେ ଏହା ଅଚଳ ହୋଇଯିବ।

ତେବେ ଆପଣ ଅନଲାଇନ୍ ସାହାଯ୍ୟରେ ଅତି ସହଜରେ ଘରେ ବସି ନିଜର ପାନ୍ କାର୍ଡକୁ ଆଧାର ଲିଙ୍କ୍ କରାଇପାରିବେ।

ଅନ୍‌ଲାଇନ୍‌ରେ କେମିତି କରିବେ ଆଧାର ନମ୍ବର ସହ ପାନ୍‌ର ସଂଯୋଗ?

ପ୍ରଥମେ ଆପଣ www.incometaxindiaefiling.gov.in ରେ କ୍ଲିକ୍ କରନ୍ତୁ।

ଏହାପରେ ବାମ ପଟେ ଥିବା ଲିଙ୍କ୍‌ ଆଧାରରେ କ୍ଲିକ୍‌ କରନ୍ତୁ।

ଏହାପରେ ନିଜର ପ୍ୟାନ୍‌ ନମ୍ବର ଏଣ୍ଟର କରନ୍ତୁ।

ଏହାପରେ ନିଜର ଆଧାର ନମ୍ବରକୁ ଏଣ୍ଟର କରନ୍ତୁ।

ଏହାପରେ ନିଜ ନାମ ଏଣ୍ଟର କରନ୍ତୁ। ଏହି ନାମ ଆଧାରକାର୍ଡରେ ଥିବା ନାମ ସହ ସମାନ ହେବା ଆବଶ୍ୟକ।

ଏହାପରେ ଏକ ଇମେଜ୍‌ ପ୍ରତିଫଳିତ ହେବ। ଏହାକୁ ଏଣ୍ଟର କରନ୍ତୁ।

ଏହାପରେ ଲିଙ୍କ୍‌ ଆଧାର ଲିଙ୍କ୍‌ ବକ୍ସରେ କ୍ଲିକ୍‌ କରନ୍ତୁ।

Comment