ଓଡ଼ିଶାଲାଇଭ୍ ବ୍ୟୁରୋ

ପରିଚୟପତ୍ରର କଥା ଆସିଲେ ଆମେ ସାଧାରଣତଃ ଆଧାର କାର୍ଡ କଥା ହିଁ ପ୍ରଥମେ ଭାବିଥାଉ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ମୋବାଇଲର ସିମ୍ କିଣିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଧାର କାର୍ଡ ବେଶ୍ କାମରେ ଆସିଥାଏ। ତେବେ ଆଧାରକାର୍ଡକୁ ଅନ୍ୟ କେଉଁ କ୍ଷେତ୍ରରେ ବ୍ୟବହାର କରିହେବ ଆସନ୍ତୁ ଜାଣିବା।

ପାସପୋର୍ଟ ପାଇଁ ଜରୁରୀ ଆଧାର

ବିଦେଶ ଯାତ୍ରା ପାଇଁ ଆମେ ପାସପୋର୍ଟର ଆବଶ୍ୟକତା କରିଥାଉ। ଆପଣ ଯଦି ଅଳ୍ପ ସମୟ ମଧ୍ୟରେ ଆପଣଙ୍କର ପାସପୋର୍ଟ ବନାଇବାକୁ ଚାହୁଁଛନ୍ତି ତେବେ ଆଧାର କାର୍ଡ ଆପଣଙ୍କର ବହୁତ କାମରେ ଆସିବ। ଏମିତିକି ଏବେ ପାସପୋର୍ଟ ବନାଇବା ପାଇଁ ପରିଚୟପତ୍ର ବାବଦରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି। ଏହା ଦ୍ଵାରା ଆପଣ ଆବେଦନର ମାତ୍ର ୧୦ଦିନ ଭିତରେ ପାସପୋର୍ଟ ଲାଭ କରିପାରିବେ।

ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା

ଆଧାର କାର୍ଡ ଦ୍ଵାରା ଏବେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହଜ ହୋଇଛି। କେବଳ ଆଧାର ନମ୍ଵର ଦେଇ ଆପଣ ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ। ଏଥିପାଇଁ ଅନ୍ୟ କିଛି ଶୂଳ୍କ ବି ଦେବାକୁ ପଡ଼େନାହିଁ।ଡିଜିଟାଲ ଲାଇଫ୍ ପ୍ରମାଣପତ୍ର ପାଇଁ ଜରୁରୀ ଆଧାର

ପେନସନଭୋଗୀମାନଙ୍କ ପାଇଁ ଏବେ ଆଧାର କାର୍ଡ ବେଶ୍ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି। ନୂଆ ପେନସନ୍ ଆଇନ ଅନୁସାରେ କେବଳ ଆଧାର ଦେଖାଇ ପେନସନ୍‌ଭୋଗୀମାନେ ସେମାନଙ୍କର ପେନସନ୍ ପାଇପାରିବେ। ଏବେ ଆଧାରକୁ ପେନସନ୍ କ୍ଷେତ୍ରରେ ମୁଖ୍ୟ ଦସ୍ତାବିଜ୍ ବାବେ ବିବେଚନା କରାଯାଉଛି।

ଷ୍ଟକ୍ ବଜାରରେ ନିବେଶ ପାଇଁ ଜରୁରୀ ଆଧାର

ଆଧାର ନମ୍ଵର ସାହାଯ୍ୟରେ ଏବେ ଆପଣ ଷ୍ଟକ୍ ବଜାରରେ ନିବେଶ କରିପାରିବେ। ଏତଦ୍ ବ୍ୟତୀତ ଆଧାର ଦ୍ଵାରା ଆପଣ ବିନା କେଓ୍ଵାଇସିରେ ମ୍ୟୁଚୁଆଲ ଫଣ୍ଡ୍‌ରେ ବି ନିବେଶ କରିପାରିବେ।

PF ଖାତାରୁ ପଇସା ଉଠାଣ ପାଇଁ ଆବଶ୍ୟକ ଆଧାର

ଏବେ PF ଖାତାରୁ ସେହିମାନେ ହିଁ ଟଙ୍କା ଉଠାଇପାରିବେ ଯେଉଁମାନେ ପିଏଫ୍ ସଂଗଠନରେ ନିଜର ଆଧାର ନମ୍ଵର ପଞ୍ଜିୀକୃତ କରିଥିବେ। ପିଏଫ୍ ଆକାଉଣ୍ଟରୁ ଅନଲାଇନ୍‌ରେ ଟଙ୍କା ଉଠାଣ ପାଇଁ ଆଧାର ନମ୍ଵର ବେଶ୍ ଜରୁରୀ ଅଟେ। ଏଥିପାଇଁ ଗ୍ରାହକଙ୍କୁ ନିଜ ଆଧାର ନମ୍ଵରକୁ ପିଏଫ୍ ଆକାଉଣ୍ଟ ସହ ଲିଙ୍କ୍ କରିବାକୁ ପଡ଼ିବ।ଡିଜିଟାଲ୍ ଲକର୍ ପାଇଁ ଆଧାର ଜରୁରୀ

ଆପଣଙ୍କର ଜରୁରୀ ଦସ୍ତାବିଜଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏବେ ସରକାର ଡିଜିଟାଲ ଲକର୍‌ର ବ୍ୟବସ୍ଥା ଲଞ୍ଚ କରିଛନ୍ତି। ଏଠାରେ ଆପଣ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ଅନ୍ୟ ଦରକାରୀ ପ୍ରମାଣପତ୍ର ସୁରକ୍ଷିତ ଭାବେ ସାଇତି ରଖିପାରିବେ। ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଧାର ନମ୍ଵରର ବେଶ୍ ଆବଶ୍ୟକତା ରହିଛି।

ଏଲପିଜି ସବସିଡି ପାଇଁ ଆଧାର ଜରୁରୀ

ଏଲପିଜି ଗ୍ୟାସ୍ ସବସିଡି ପାଇବା ପାଇଁ ଆପଣଙ୍କୁ ନିଜ ଆଧାର ନମ୍ଵରକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ କରିବାକୁ ପଡ଼ିବ। ଏହାପରେ ଆପଣ ଗ୍ୟାସ୍ ସବସିଡି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ।

ଜନଧନ ଯୋଜନା ପାଇଁ ଆଧାର ଦରକାର

ଜନଧନ ଯୋଜନା ପାଇଁ ଏବେ କେବଳ ଆଧାର ହିଁ ପ୍ରଥମ ଦରକାର। ଏହାଦ୍ଵାରା ଆପଣ ବ୍ୟଙ୍କରେ ଆକାଉଣ୍ଟ ଖୋଲିପାରିବେ।

Comment