ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏବେ ପାନ୍ ଓ ଆଧାର କାର୍ଡ ଲିଙ୍କ ଅବଧିକୁ ପୁଣିଥରେ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏବେ ଏହି ଦୁଇ କାର୍ଡକୁ ଲିଙ୍କ କରିବାର ଶେଷ ତାରିଖ ଜୁନ ୩୦ ଯାଏଁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଅବଧି ମାର୍ଚ୍ଚ ୩୧ ତାରିଖ ଥିଲା। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ପାନ୍ କାର୍ଡଧାରୀମାନେ ଜୁନ ୩୦ ତାରିଖ ଯାଏଁ ନିଜ ପାନ୍-ଆଧାର ସଂଯୋଗ କରିପାରିବେ। ଏଥିଲାଗି ସେମାନଙ୍କୁ ୧୦୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ସିବିଡିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ଭାରତରେ ୫୧ କୋଟି ପାନ୍ କାର୍ଡ ଆଧାର ସହ ଲିଙ୍କ ହୋଇଛି। ଜୁଲାଇ ୧ ତାରିଖରୁ ଆଧାର ଲିଙ୍କ ହୋଇନଥିବା ପାନ୍ କାର୍ଡ ଗୁଡ଼ିକ ବ୍ଲକ ହୋଇଯିବ। ଏହାଦ୍ଵାରା ଟିକସଦାତାଙ୍କୁ ଆୟକର ଦେବା ସମୟରେ ମିଳୁଥିବା ସୁବିଧା ମିଳିବ ନାହିଁ।

ଆୟକର ନିୟମ ୧୯୬୧ ଅନୁସାରେ ଭାରତରେ ପାନ୍ ଓ ଆଧାର କାର୍ଡ ଲିଙ୍କ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ନିର୍ଦେଶ ଜାରି ହୋଇଥିଲା। ଆୟକର ଦାଖଲ କ୍ଷେତ୍ରରେ ଥିବା ଅନିୟମିତତାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଯଦି ଉଭୟ ଆଧାର ଏବଂ ପାନ୍‌କାର୍ଡରେ ଟିକସଦାତାଙ୍କ ନାମ ଏବଂ ଜନ୍ମ ତାରିଖ ସମାନ ଥିବା ତେବେ ଯାଇ ଏହି ଲିଙ୍କ ହୋଇପାରିବ।

Tags: #PAN-AADHAARLink #PANCard #AADHAARCard #CentralBoardofDirectTax #IncomeTaxDept

Comment