ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରିବାକୁ ଧାର୍ଯ୍ୟ କରାଯାଇଛି। ଏହାପରେ ଆଧାର ସଂଯୋଗ ହୋଇନଥିବା ପାନ୍ କାର୍ଡ ଗୁଡ଼ିକ ବ୍ଲକ୍ ହୋଇଯିବ। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ, ସେମାନଙ୍କ ପାନ୍ କାର୍ଡ ଆଧାର ସହିତ ଲିଙ୍କ ହୋଇଛି କି ନାହିଁ ସେ ବିଷୟରେ କେମିତି ଜାଣିବେ?

ତେବେ ଲୋକମାନେ ଖୁବ ସହଜରେ ପାନ୍-ଆଧାର ଲିଙ୍କ ହୋଇଥିବାର ସୂଚନା ପାଇପରିବେ। ଅନଲାଇନରେ ବହୁତ ସହଜରେ ଲୋମାନଙ୍କୁ ଏହି ତଥ୍ୟ ମିଳିଯିବ। ଜଣେ ବ୍ୟକ୍ତି ଆୟକର ବିଭାଗର ୱେବସାଇଟକୁ ଯାଇ ମାତ୍ର ୩ଟି ସରଳ ପର୍ଯ୍ୟାୟରେ ନିଜର ପାନ୍-ଆଧାର ଲିଙ୍କ ହୋଇଛି କି ନାହିଁ ଜାଣିପରିବେ। ଆସନ୍ତୁ ଜାଣିବା କ’ଣ ରହିଛି ଏହି ପ୍ରକ୍ରିୟା

  • ଭାରତୀୟ ଆୟକର ବିଭାଗର ୱେବସାଇଟ୍ www.incometax.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ବାମପଟେ ଥିବା କୁଇକ ଲିଙ୍କରେ ‘ଲିଙ୍କ ଆଧାର ଷ୍ଟାଟସ’କୁ କ୍ଲିକ କରନ୍ତୁ
  • ‘ଲିଙ୍କ ଆଧାର ଷ୍ଟାଟସ’ ଭିତରେ ନିଜର ପାନ୍ କାର୍ଡ ଓ ଆଧାର କାର୍ଡ ନମ୍ବର ଦିଅନ୍ତୁ, ଏହାପରେ ଦୁଇ କାର୍ଡ ଲିଙ୍କ ହୋଇଛି କି ନାହିଁ ତାହା ଜାଣି ହେବ।

ଯଦି ଜଣେ ବ୍ୟକ୍ତିଙ୍କ ପାନ୍-ଆଧାର ଲିଙ୍କ ହୋଇନଥିବ, ସେମାନେ ମାର୍ଚ୍ଚ ୩୧ ତାରିଖ ଯାଏଁ ୧୦୦୦ ଟଙ୍କା ଜୋରିମାନା ଦେଇ ଏହି ସଂଯୋଗ କରିପାରିବେ। ଯଦି ଉଭୟ ଆଧାର ଏବଂ ପାନ୍‌କାର୍ଡରେ ଟିକସଦାତାଙ୍କ ନାମ ଏବଂ ଜନ୍ମ ତାରିଖ ସମାନ ଥିବା ତେବେ ଯାଇ ଏହି ଲିଙ୍କ ହୋଇପାରିବ।

Tags: #PAN-AADHAARLink #PANCard #AADHAARCard #CBDT #IncomeTaxDept #India

Comment