ଓଡ଼ିଶାଲାଇଭ୍ ବ୍ୟୁରୋ

ଲଞ୍ଚ ହୋଇଛି କେନ୍ଦ୍ର ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ୱେବସାଇଟ୍। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟରେ ଆୟକର ଦାତାଙ୍କୁ ଅନେକ ନୂଆ ଫିଚର ମିଳିବ। ଶନିବାର ରାଜସ୍ଥାନର ଉଦୟପୁରରେ ଏକ କାର୍ଯ୍ୟକ୍ରମରେ ସିବିଡିଟିର ଅଧ୍ୟକ୍ଷ ନୀତିନ ଗୁପ୍ତା ଏହି ନୂଆ ୱେବସାଇଟକୁ ଉନ୍ମୋଚନ କରିଥିଲେ।

ନୂଆ ଆୟକର ୱେବସାଇଟ ଟିକସ ପୈଠ କରିବାରେ ଟିକସଦାତାଙ୍କ କାମକୁ ସରଳ କରିବ। ଏହାର ମେନ୍ୟୁ ଅପ୍ସନରେ ଅନେକ ନୂଆ ବିକଳ୍ପକୁ ସାମିଲ କରାଯାଇଛି। ନୂଆ ୱେବସାଇଟକୁ ମୋବାଇଲରେ ଭଲ ଭାବେ ଚାଲିବା ଅନୁଯାୟୀ ଡିଜାଇନ୍ କରାଯାଇଛି।

ଆୟକର ବିଭାଗର ଏହି ୱେବସାଇଟ୍ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାରର ଆୟକର ଅଧିନିୟମ ମଧ୍ୟରେ ତୁଳନା କରିବାରେ ସହାୟକ ହେବ। ଏହା ଆୟକର ଦାତାଙ୍କୁ ଠିକରେ ଟିକସ ପୈଠ କରିବାରେ ସହଯୋଗ କରିବ। ଏହାକୁ ଏକ ୟୁଜର ଫ୍ରେଣ୍ଡଲି ଇଣ୍ଟରଫେସ୍ ଭାବେ ଲଞ୍ଚ କରାଯାଇଛି।

ଏହାପୂର୍ବରୁ ପ୍ରଚଳିତ ଥିବା ଆୟକର ୱେବସାଇଟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଥିଲା। ଆୟକର ଦାଖଲର ଶେଷ ତାରିଖବେଳେ ଅତ୍ୟଧିକ ବ୍ୟବହାର ଯୋଗୁଁ ଏହା ଠିକରେ କାମ କରୁନଥିଲା। ଏହାକୁ ନେଇ ଆୟକର ଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା। ନୂଆ ୱେବସାଇଟରେ ପୁରୁଣା ସମସ୍ୟାଗୁଡ଼ିକର ସମାଧାନ କରାଯାଇଥିବା କୁହାଯାଇଛି।

Tags: #IncomeTax #NewWebsite #CBDT #TaxPayer #MinistryofFinance #India

Comment