ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଆଧାର କାର୍ଡ ହଜିଯାଇିଛି କି? ଯଦି ଆପଣ ନିଜର ଆଧାର କାର୍ଡ ପୁଣିଥରେ ଫେରି ପାଇବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ।

ଆପଣ ନିଜର ଆଧାର କାର୍ଡର ଡିଜିଟାଲ୍ କପି ପୁଣିଥରେ ଫେରିପାଇବେ। ଯାହା ସମସ୍ତ କାମ ପାଇଁ ଯୋଗ୍ୟ ଅଟେ। ହେଲେ ସେଥିପାଇଁ ଆପଣଙ୍କୁ ନିମ୍ନୋକ୍ତ ଖବର ପଢ଼ିବାକୁ ପଡ଼ିବ।

କେମିତି ଫେରିପାଇବେ ଆଧାର କାର୍ଡ?

  • ଆପଣଙ୍କୁ ପ୍ରଥମେ ଆଧାର କାର୍ଡର ଅଫିସିଆଲ୍ ୱେବସାଇଟ୍ uidai.gov.inକୁ ଯିବାକୁ ପଡ଼ିବ।
  • ସେଠାରେ ଆପଣ ‘ଡାଇନଲୋଡ୍ ଆଧାର’ ଅପସନକୁ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣ ସେଠାରେ ନିଜର ଆଧାର ନମ୍ବରକୁ ଦିଅନ୍ତୁ।
  • ଆଧାର ନମ୍ବର ଦେବା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ।
  • ଏହି ଓଟିପିକୁ ଦେବା ପରେ ଆପଣ ନିଜର ଆଧାର କାର୍ଡର ଡିଜିଟାଲ୍ କପି ପୁଣିଥରେ ଫେରିପାଇବେ।
  • ଆଧାର କାର୍ଡ ଡାଉନଲୋଡ୍ ହେବା ପରେ ଏହାକୁ ଖୋଲିବାକୁ ଆପଣଙ୍କୁ ପାସୱାର୍ଡର ଆବଶ୍ୟକତା ପଡ଼ିବ।
  • ଏହି ପାସୱାର୍ଡରେ ଆପଣ ନିଜ ନାଁର ପ୍ରଥମ ଚାରୋଟି ଅକ୍ଷର ସହ ଆପଣଙ୍କ ଜନ୍ମବର୍ଷକୁ ଲେଖନ୍ତୁ।

LEAVE A REPLY

Please enter your comment!
Please enter your name here