ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ଆଉ ଆପଣ ନୂଆ ଆଧାର କାର୍ଡ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଜରୁରୀ। ଆପଣ ମାତ୍ର ୧୫ଦିନ ଭିତରେ ପୁଣିଥରେ ନିଜର ଆଧାର କାର୍ଡ ପାଇପାରିବେ।

ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ମଧ୍ୟ ପଡ଼ିବନି। ଆପଣ ଘରେ ବସି ଅନଲାଇନରେ ପୁରୁଣା ଆଧାର ନମ୍ବରରେ ଆଉ ଗୋଟିଏ ନୂଆ ଆଧାର କାର୍ଡ ପାଇପାରିବେ।

କେମିତି ପାଇବେ ଆଧାରକାର୍ଡ?

  • ଏଥିପାଇଁ ଆପଣଙ୍କୁ ପ୍ରଥମେ uidai.gov.in ଓ୍ଵେବସାଇଟରେ ଲଗ୍ ଇନ୍ କରିବାକୁ ପଡ଼ିବ
  • ସେଠାରେ ଆପଣ ଆଧାର ରିପ୍ରିଣ୍ଟ ଅପସନରେ କ୍ଲିକ କରନ୍ତୁ
  • ସେଠାରେ ନିଜର ପୁରୁଣା ଆଧାର କାର୍ଡ ନମ୍ବର କିମ୍ବା ଭର୍ଚୁଆଲ ଆଇଡି ଦିଅନ୍ତୁ
  • ଏହାପରେ ତଳେ ଦିଆଯାଇଥିବା ସୁରକ୍ଷା କୋଡରେ କ୍ଲିକ୍ କରନ୍ତୁ
  •  ଏହାପରେ ଆପଣଙ୍କ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ମୋବାଇଲ ଫୋନକୁ ଏକ ଓଟିପି ଆସିବ, ସେହି ଓଟିପିକୁ ସେଠାରେ ପୂରଣ କରନ୍ତୁ
  • ପେମେଣ୍ଟ ଅପସନକୁ ଯାଇ ୫୦ ଟଙ୍କା ପେମେଣ୍ଟ କରନ୍ତୁ। ଏହାପରେ uidai ପକ୍ଷରୁ ଆପଣଙ୍କୁ ଏକ ଏସଆରଏନ ନମ୍ବର ଯୋଗାଇ ଦିଆଯିବ
  • ଏହି ନମ୍ବର ସାହାଯ୍ୟରେ ଆପଣ ମାତ୍ର ୧୫ଦିନ ମଧ୍ୟରେ ଆପଣଙ୍କ ଆଧାରକାର୍ଡ ପାଇପାରିବେ

Comment