ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାର ନମ୍ବର ଏବେ ସବୁକ୍ଷେତ୍ରରେ ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ନଥିଲେ କୌଣସି କାରବାର କରିବା ଖୁବ କଷ୍ଟକର। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ମଧ୍ୟ ବୃଦ୍ଧି ପାଉଛି। ତେବେ ଆପଣଙ୍କ ଆଧାରର ଅପବ୍ୟବହାର ହେଉଛି କି ନାହିଁ, ତାହା କିପରି ଯାଞ୍ଚ କରିବେ?
ଏଥିପାଇଁ ପ୍ରଥମେ ମାଇ ଆଧାର ପୋର୍ଟାଲକୁ ଯାଇ ସେଠାରେ ଲଗଇନ କରିବାକୁ ପଡ଼ିବ। ଏହାପରେ ଅଥେଣ୍ଟିକେସନ ହିଷ୍ଟ୍ରିକୁ ଯିବେ। ଏଠାରେ ଆପଣଙ୍କ ଆଧାର କେଉଁ ସମୟରେ କେଉଁଠି ବ୍ୟବହାର ହୋଇଛି ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ।
କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଳେ ୟୁଆଇଡିଏଆଇ ହେଲ୍ପଲାଇନ୍ ନମ୍ବର ୧୯୪୭ କଲ୍ କରି ଅଭିଯୋଗ ଦାଖଲ କରିପାରିବେ। ଏହା ବ୍ୟତୀତ ଆଧାରର ଅପବ୍ୟବହାର ରୋକିବା ପାଇଁ ଆଧାର ବାୟୋମେଟ୍ରିକ୍ ମଧ୍ୟ ଲକ୍ କରିପାରିବେ।
Tags: #AadharMisuse #Check #UIDAI #MyAadhar
















