ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକମାନେ ବର୍ତ୍ତମାନ ସେମାନଙ୍କର ଆଧାର କାର୍ଡରେ ବହୁତ ସହଜରେ ଠିକଣା ଅପଡେଟ୍ କରିପାରିବେ। ଏ ନେଇ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ନୂଆ ନିୟମ ଜାରି ହୋଇଛି। ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ପରିବାରର ମୁଖ୍ୟଙ୍କ ଠିକଣା ପ୍ରମାଣ ପତ୍ର ବ୍ୟବହାର କରି ‘ମୋ ଆଧାର’ ପୋର୍ଟାଲରେ ନିଜର ଠିକଣା ପରିବର୍ତ୍ତନ କରିପାରିବେ। ଏଥିପାଇଁ ଘରର ମୁଖ୍ୟଙ୍କ ସହମତି ନେବା ଆବଶ୍ୟକ ହେବ।

ଯେଉଁ ବ୍ୟକ୍ତିଙ୍କ ପାଖରେ ନିଜର ଠିକଣା ପ୍ରମାଣପତ୍ର ନଥିବା ସେମାନେ ଏହି ନୂତନ ନିୟମ ଅନୁସାରେ ନିଜର ଆଧାର କାର୍ଡ଼ରେ ଠିକଣା ଅପଡେଟ୍ କରିପାରିବେ। ଘରର ମୁଖ୍ୟଙ୍କ ପିଲା, ସ୍ଵାମୀ ବା ସ୍ତ୍ରୀ, ମାଆ କିମ୍ବା ବାପା ଏହି ସୁବିଧାର ଫାଇଦା ଉଠାଇ ପରିବେ।

ଏହି ସୁବିଧା ପାଇବା ପାଇଁ ଲୋକଙ୍କୁ କେବଳ ଦୁଇଟି ଜିନିଷ ଆବଶ୍ୟକ ହେବ।

୧. ଆବେଦନକାରୀ ଏବଂ ପରିବାରର ମୁଖ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କର ଦର୍ଶାଉଥିବା ପ୍ରମାଣପତ୍ର। ଏଠାରେ ରେସନ କାର୍ଡ, ବିବାହ ପ୍ରମାଣପତ୍ର, ପାସପୋର୍ଟ ଇତ୍ୟାଦି ବ୍ୟବହାର କରାଯାଇପାରେ।

୨. ପରିବାରର ମୁଖ୍ୟଙ୍କ ଆଧାର ସହିତ ସଂଯୁକ୍ତ ମୋବାଇଲ ନମ୍ବରର ଓଟିପି ଭେରିଫିକେସନ।

ଏଥିପାଇଁ ଆବେଦନକାରୀଙ୍କୁ ‘ମୋ ଆଧାର’ ପୋର୍ଟାଲକୁ ଯାଇ ଠିକଣା ଅପଡେଟ୍ ବିକଳ୍ପ ବାଛିବାକୁ ପଡ଼ିବ। ଏଠାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ସବୁ ସର୍ତ୍ତ ପୂରଣ କଲେ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କ ଠିକଣା ପରିବର୍ତ୍ତନ ହୋଇଯିବ। ଏଥିପାଇଁ ଆବେଦନକାରୀଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ହେବ।

Tags: #AadhaarCard #Addressupdate #process #UIDAI #India

Comment