ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ନିଜର ପାନ୍ କାର୍ଡକୁ ଆଧାର ଲିଙ୍କ୍ କରାଇଛନ୍ତି ତ? ଯଦି କରିନାହାନ୍ତି ତେବେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଏହା କରାଇନିଅନ୍ତୁ। ନଚେତ୍ ଏଥିପାଇଁ ଆପଣଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ।

ଆୟକର ବିଭାଗର ନୂଆ ବିଜ୍ଞପ୍ତି ଅନୁସାରେ ଯେଉଁ ପାନ୍ କାର୍ଡଧାରୀମାନେ ନିଜର ଆଧାର ଲିଙ୍କ୍ କରାଇନାହାନ୍ତି ସେମାନଙ୍କୁ ୧୦ ହଜାର ଟଙ୍କାର ଫାଇନ୍ ଗଣିବାକୁ ପଡ଼ିବ। ନଚେତ୍ ତାଙ୍କର ପାନ୍ କାର୍ଡକୁ ଅକାମୀ ବୋଲି ଘୋଷଣା କରାଯିବ।

ଏହାପୂର୍ବରୁ ପାନ୍ ସହିତ ଆଧାର ଲିଙ୍କ୍ କରିବାକୁ ଆୟକର ବିଭାଗ ଲୋକମାନଙ୍କୁ ଅନେକ ସମୟ ଦେଇଛି। ଯଦି ଲୋକମାନେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଆଧାର ଲିଙ୍କ ନ କରାନ୍ତି ତେବେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିବ ବୋଲି ଆୟକର ବିଭାଗ ନିଜ ବିଜ୍ଞପ୍ତିରେ କହିଛି।

ପାନ୍ କାର୍ଡକୁ ଆଧାର ଲିଙ୍କ୍ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Comment