ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସ୍କୁଲଗୁଡ଼ିକରେ ନାମ ଲେଖାଇବା ପାଇଁ ବାଧ୍ୟତାମୂଳକ ହେବନି ଆଧାରକାର୍ଡ। ବିନା ଆଧାରକାର୍ଡରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ। ଏ ନେଇ ମଙ୍ଗଳବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ନାମ ଲେଖାଇବା ପରେ ଛାତ୍ରଛାତ୍ରୀ ଆଧାରକାର୍ଡ ପ୍ରସ୍ତୁତ କରି ସ୍କୁଲରେ ଜମା କରିପାରିବେ।

ଚଳିତ ଶିକ୍ଷା ବର୍ଷରେ ନାମ ଲେଖା ଶେଷ ହୋଇ ପାଠପଢ଼ା ଆରମ୍ଭ ହୋଇଛି। ଏଥର ନାମଲେଖା ପାଇଁ କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଥିଲା। ନାମଲେଖା ନିମନ୍ତେ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକମାନେ ଅଭିଭାବକମାନଙ୍କଠାରୁ ପିଲାଙ୍କ ଆଧାରକାର୍ଡ ଦାବି କରିଥିଲେ।

ଆଧାରକାର୍ଡ ଯୋଗୁଁ ଅଭିଭାବକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏଭଳି ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ନିମାଲେଖା ପାଇଁ ଆଧାରକାର୍ଡର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ସବୁ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ଏ ସମ୍ପର୍କରେ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Tags: #Education #SchoolEducation #Admission #AadharCard

LEAVE A REPLY

Please enter your comment!
Please enter your name here