ଓଡ଼ିଶାଲାଇଭ୍ ବ୍ୟୁରୋ

‘ଖାଦ୍ୟର କୌଣସି ଧର୍ମ ନାହିଁ’ – ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲଙ୍କ ଏହି ଧାଡ଼ିଏ କଥା ପ୍ରତ୍ୟେକ ଭାରତୀୟଙ୍କ ମନକୁ ଛୁଇଁଛି। ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ଏହି ମନ୍ତବ୍ୟକୁ ନେଇ ଦୀପିନ୍ଦର ଅନେକ ପ୍ରଶଂସା ସାଉଁଟିଛନ୍ତି।

କାହିଁକି ଜୋମାଟୋ ପ୍ରତିଷ୍ଠାତା କହିଲେ ଏମିତି କଥା?

ଏକ ଘରୋଇ କମ୍ପାନିରେ କନସଲଟାଣ୍ଟ ଭାବେ କାମ କରୁଥିବା ଅମିତ ଶୁକ୍ଲା ଅନଲାଇନ୍ ସାଇଟ୍ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ। ଅମିତଙ୍କ ଅର୍ଡର ଅନୁଯାୟର ଜୋମୋଟା ଖାଦ୍ୟ ପଠାଇଥିଲା। କିନ୍ତୁ ଅମିତ ରାଗିଯାଇ ଜୋମାଟୋ ପଠାଇଥିବା ଖାଦ୍ୟ ଗ୍ରହଣ କଲେ ନାହିଁ। ଏହାର କାରଣ ଦର୍ଶାଇବାକୁ ଯାଇ ଅମିତ କହିଥିଲେ ଯେ ‘‘ଜଣେ ଅଣହିନ୍ଦୁ ଡେଲିଭର ବୟ ହାତରେ ଜୋମାଟୋ କମ୍ପାନି ଖାଦ୍ୟ ପଠାଇଥିବାରୁ ମୁଁ ଏହାକୁ କ୍ୟାନସଲ୍ କରୁଛି’’।

ଜୋମାଟୋ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଜମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲ ଟୁଇଟରରେ ଅମିତଙ୍କୁ ଜବାବ ଦେଇଥିଲେ।

‘‘ଖାଦ୍ୟର କୌଣସି ଧର୍ମ ନାହିଁ। ଖାଦ୍ୟ ହେଉଛି ଗୋଟିଏ ଧର୍ମ’’, ଟୁଇଟରରେ ଦୀପିନ୍ଦର ଏହା ଲେଖିବା ପରେ ସବୁ ବର୍ଗର ଲୋକ ଏହାକୁ ପ୍ରଶଂସା କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଦୀପିନ୍ଦିରଙ୍କ ମନ୍ତବ୍ୟକୁ ପ୍ରଶଂସା କରି ଚିଦାମ୍ବରମ୍ କହିଥିଲେ, ‘‘ବର୍ତ୍ତମାନସୁଦ୍ଧା ମୁଁ ଜୋମାଟରୁ ଖାଦ୍ୟ ଅର୍ଡର କରିନାହିଁ। କିନ୍ତୁ ଏବେ ଭାବୁଛି ମୁଁ ଜୋମୋଟୋରୁ ଖାଦ୍ୟ ମଗାଇବିା’’


ଦୀପିନ୍ଦର କିଏ ଏବଂ କେମିତି ଆରମ୍ଭ ହେଲା ଜୋମୋଟା?

୨୦୦୫ରେ ଆଇଆଇଟି ଦିଲ୍ଲୀରୁ ଗ୍ରାଜୁଏସନ ପାସ୍‌ କରିଥିବା ଦୀପିନ୍ଦର ଆଉ ଜଣେ ବନ୍ଧୁ ପଙ୍କଜଙ୍କ ସହ ମିଶି ଜୋମାଟୋ ଆରମ୍ଭ କରିଥିଲେ।

ଗ୍ରାଜୁଏସନ ପାସ୍‌ କରିବା ପରେ ଦୀପିନ୍ଦର ଏକ ଘରୋଇ କମ୍ପାନିରେ କନସଲଟାଣ୍ଟ ଭାବେ ଚାକିରି କରିଥିଲେ। ଲଞ୍ଚ ବେଳେ କମ୍ପାନିର କର୍ମଚାରୀମାନେ କ୍ୟାଣ୍ଟିନ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହେଉଥିବା ସେ ଦେଖିଥିଲେ। ଏହି ଦୃଶ୍ୟ ଦୀପିନ୍ଦରଙ୍କ ମନକୁ ଆନ୍ଦୋଳିତ କରିଥିଲା। ଏଥିରେ ଲୋକଙ୍କ ସମୟ ଅଯଥା ବରବାଦ୍ ହେଉଥିବା ଦୀପିନ୍ଦରଙ୍କ ମନକୁ ଆସିଥିଲା।

ଏହାକୁ ନଜରରେ ରଖି ଦୀପିନ୍ଦର କର୍ମଚାରୀଙ୍କ ମେନ୍ୟୁ କାର୍ଡକୁ ସ୍କାନ କରି ୱେବ୍‌ ସାଇଟ୍‌ରେ ଅପ୍‌ଲୋଡ୍ କରିବା ଆରମ୍ଭ କଲେ। ଏହି ଆଇଡିଆ ଧିରେ ଧିରେ ଲୋକପ୍ରିୟ ହୋଇଗଲା। ଏହିଠାରୁ ହିଁ ଫୁଡ୍ ପୋର୍ଟାଲ କରିବାର ଆଇଡିଆ ଦୀପିନ୍ଦରଙ୍କ ମୁଣ୍ଡକୁ ଜୁଟିଥିଲା।

ଦୀପିନ୍ଦର ବନ୍ଧୁ ପଙ୍କଜଙ୍କ ସହ ମିଶି ଫୁଡ୍‌ଲେଟ୍‌ ଡଟ୍‌ କମ୍‌ ଆରମ୍ଭ କରିଥିଲେ। ଏହି ବିଜିନେସ୍‌କୁ ରେସ୍ତୋରାଁ ସହ ଟାଇ ଅପ୍‌ କରିବାର ଯୋଜନା ରହିଥିଲା। ୯ ମାସ ଧରି ଏହି ଅନଲାଇନ୍ ବିଜିନେସ୍ ଚାଲିଲା। ହେଲେ ଅର୍ଥ ପ୍ରତିବନ୍ଧକ ସାଜିବାରୁ ଫୁଡ୍‌ଲେଟ୍‌ ଡଟ୍‌ କମ୍‌ ବନ୍ଦ ହୋଇଯାଇଥିଲା। ସବୁଠୁ ବଡ଼ କଥା ହେଉଛି ଯେତେବେଳେ ଏହି ବିଜିନେସ୍‌ ଆରମ୍ଭ ହୋଇଥିଲା ସେତେବେଳେ ଲୋକେ ଅନଲାଇନ ଖାଦ୍ୟ ମଗାଇବା ପାଇଁ ବିଶେଷ ସଚେତନ ନଥିଲେ।

ପରେ ଦୀପିନ୍ଦର ତାଙ୍କର ଆଉ ଜଣେ ବନ୍ଧୁ ପ୍ରସୂନ ଜୈନଙ୍କ ସହ ‘ଫୁଡିବେ’ କରିବାକୁ ଯୋଜନା କରିଥିଲେ। କିନ୍ତୁ ବ୍ୟକ୍ତିଗତ ସମସ୍ୟା ପାଇଁ ପ୍ରସୂନ ମୁମ୍ବାଇ ଚାଲି ଯାଇଥିଲେ। ହେଲେ ପଙ୍କଜ ଦୀପିନ୍ଦରଙ୍କ ସହ ହାତ ମିଳାଇଥିଲେ। ‘ଫୁଡିବେ’କୁ ଆଗକୁ ନେବା ପାଇଁ ଉଭୟ ମିଶି ଯୋଜନା କରିଥିଲେ।

ଏହି ଅନଲାଇନ୍‌ ଫୁଡ୍‌ ବିଜିନେସ୍‌କୁ ଆଗକୁ ନେବା ପାଇଁ ଦୁଇ ବନ୍ଧୁ ପୂରା ସମୟ ଦେଲେ। ପରେ ‘ଫୁଡିବେ’ର ନା ବଦଳି ‘ଜୋମାଟୋ’ ହୋଇଥିଲା।

LEAVE A REPLY

Please enter your comment!
Please enter your name here