ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ଖେଳାଯାଉଥିବା ପଞ୍ଚମ ଦିନିକିଆ ମ୍ୟାଚ୍‌ରେ ଭାରତ ଆଗରେ ରହିଛି ୨୭୩ ରନ୍‌ର ବିଜୟଲକ୍ଷ୍ୟ। ଦିଲ୍ଲୀର ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଏହା ହେଉଛି ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ।

ଏହି ମ୍ୟାଚ୍‌ରେ ଭ୍ରମଣକାରୀ କଙ୍ଗାରୁ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୭୨ ରନ୍‌ ସଂଗ୍ରହ କରିଛି ଟିମ୍‌ ଅଷ୍ଟ୍ରେଲିଆ। ବର୍ତ୍ତମାନ ଭାରତ ସାମ୍ନାରେ ରହିଛି ୨୭୩ ରନ୍‌ର ଟାର୍ଗେଟ।

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ୍‌ ଉସ୍‌ମାନ ଖୱଜାଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଉସ୍‌ମାନ ୧୦୦(୧୧୬) ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ପିଟର ହ୍ୟାଣ୍ଡ୍ସକମ୍ବ୍‌ଙ୍କ ଅର୍ଦ୍ଧଶତକ ବଳରେ କଙ୍ଗାରୁ ଟିମ୍‌ ୨୭୨ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ବୋଲର ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଘାଇଲା ହୋଇଥିଲା କଙ୍ଗାରୁ ଦଳ। ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ୩ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜାଡେଜା ଓ ମହମ୍ମଦ ସାମିଙ୍କୁ ଦୁଇଟି ଲେଖାଏଁ ୱିକେଟ୍‌ ମିଳିଛି।

ବର୍ତ୍ତମାନ ଟିମ୍‌ ଇଣ୍ଡଇଆ ସାମ୍ନାରେ ରହିଛି ୨୭୩ ରନ୍‌ର ବିଜୟଲକ୍ଷ୍ୟ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଓପନିଂ ପାର୍ଟନରସିପ୍‌ ରୋହିତ- ଧୱନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହି ମ୍ୟାଚ୍‌ରେ ଯେଉଁ ଦଳ ଜିତିବ ସିରିଜ୍‌ ଉପରେ ସିଏ କବ୍‌ଜା କରିବ। ତେଣୁ ଟିମ୍‌ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ଟି କର ବା ମର ସ୍ଥିତି ସୃଷ୍ଟି କରିଛି।

Comment