ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ୧୮ ଯାଏଁ ବର୍ଷା ସମ୍ଭାବନା।

ଆଜିଠୁ ବଦଳିବ ପାଗ। ସପ୍ତାହ ଯାଏଁ ଓଡ଼ିଶାରେ ବର୍ଷାର ପ୍ରଭାବ ରହିଥିବାରୁ ତାପମାତ୍ରା କମିବ। ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୧୪ ଏବଂ ୧୫ ତାରିଖରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ୧୬ ତାରିଖରେ ଭୁବନେଶ୍ୱର ସମେତ ଅନ୍ୟ କିଛିଟା ସ୍ଥାନରେ ବର୍ଷା ହେବ। ଆସନ୍ତା ୧୭ ତରିଖ ଦିନ ଉପକୂଳ ଓଡ଼ିଶାର ୧୭ଟି ଜିଲ୍ଲାରେ କାଳବୈଶାଖି ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ୧୮ରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି।

ସପ୍ତାହ ଯାଏଁ ବର୍ଷା ସହ କୋହଲା ପାଗ ଲାଗି ରହିବ। ଏଣୁ ୧୫ ତାରିଖଠୁ ୧୭ ଯାଏଁ ତାପମାତ୍ରା କମିବ।

Comment