ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟର ଏସ୍‌ ଶ୍ରୀସନ୍ଥଙ୍କ ଆଜୀବନ ବାସନ୍ଦ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ଲଗାଇଥିବା ଆଜୀବନ ପ୍ରତିବନ୍ଧକ ଉପରେ ପୁନଃବିଚାର କରନ୍ତୁ ଏବଂ ୩ମାସ ଭିତରେ ଏହାର ଉତ୍ତର ଦିଅନ୍ତୁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ବିସିସିଆଇ ଶ୍ରୀସନ୍ଥଙ୍କ ପକ୍ଷ ଶୁଣନ୍ତୁ।

ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ଆଇପିଏଲ୍‌ ୨୦୧୩ ମସିହାରେ ସ୍ପଟ ଫିକ୍ସିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ପ୍ରତିବନ୍ଧକ ଲଗାଇଥିଲେ। ଏହାର ବିପକ୍ଷରେ ଶ୍ରୀସନ୍ଥ ସୁପ୍ରିମକୋର୍ଟରେ କେସ୍‌ ମଧ୍ୟ କରିଥିଲେ।

ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଶ୍ରୀସନ୍ଥ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ପୁଣି ପଡ଼ିଆରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ତିନି ମାସ ଭିତରେ ବିସିସିଆଇକୁ ନିଷ୍ପତ୍ତି ନେବାର ଅଛି। ଯଦି ଏତେ ଲମ୍ବା ଅପେକ୍ଷା କଲି ତେବେ ତିନି ମାସ ତାଙ୍କ ପାଇଁ କିଛି ନୁହେଁ।

ଜୁଲାଇ ୨୦୧୫ରେ ସ୍ପଟ ଫିକ୍ସିଙ୍ଗ୍‌ ମାମଲାରେ ଶ୍ରୀସନ୍ଥଙ୍କ ସମେତ ୩୬ ଜଣ ଅଭିଯୁକ୍ତଙ୍କୁ ପଟିୟାଲା ହାଉସ୍‌ କୋର୍ଟ ଅପରାଧି ମାମଲାରୁ ମୁକ୍ତ କରିଥିଲେ।

Comment