ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନଶ୍ୱର ଲୋକସଭା ଆସନରୁ ଲଢ଼ିବେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି। ଏନେଇ ସିପିଆଇ(ଏମ୍) ପକ୍ଷରୁ ସୂଚନା ଦିଆଯାଇଛି। ଲୋକସଭା ନିର୍ବାଚନ ପାଇଁ ଆଜି ସିପିଆଇ(ଏମ୍) ପକ୍ଷରୁ ୪୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଜନାର୍ଦ୍ଦନ ପତିଙ୍କ ନାଁ ରହିଛି।

୪୫ ଜଣିଆ ପ୍ରାର୍ଥୀ ତାଲିକାରେ ପଶ୍ଚିମବଙ୍ଗର ୧୬ ଜଣ ଆଶାୟୀଙ୍କ ନାଁ ରହିଛି। ୪୫ ଜଣିଆ ଆଶାୟୀଙ୍କ ତାଲିକା ଜାରି କରି ସିପିଆଇ(ଏମ୍) ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି।

ଏପ୍ରିଲ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି।

ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଆଗରେ ରହିଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସୁଛି। ଏହି ବୈଠକ ପରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ଜନାର୍ଦ୍ଦନ ପତି ଭୁବନଶ୍ୱରରେ ପ୍ରଚାର ଆରମ୍ଭ କରିଥିଲେ। ଭୁବନଶ୍ୱର ଲୋକସଭା ଆସନରୁ ସିପିଆଇ(ଏମ୍) ଟିକେଟରୁ ଲଢ଼ିବା ପାଇଁ ସେ ପ୍ରମୁଖ ଦାବିଦାର ରହିଥିଲେ।

Comment