ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଘୋଷଣା ହେବ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ। ବର୍ତ୍ତମାନର ସାରା ଦେଶରେ ଚାଲିଛି ନିର୍ବାଚନୀ ମାହୋଲ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ଏପ୍ରିଲ ୫ ମଧ୍ୟରେ ହେବାକୁ ଥିବା ୧୭ଟି ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା। ତେବେ ସୋମବାର ଏହାର ପୁରା କାର୍ଯ୍ୟସୂଚି ପ୍ରକାଶ ପାଇବ।

ଚଳିତ ଆଇପିଏଲ୍‌ ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଭେଟିବ ଧୋନି ବାହିନୀ ଚେନ୍ନାଇ ସୁପର କିଙ୍ଗ୍‌କୁ। ଏହି ମ୍ୟାଚ୍‌ ଘରୋଇ ଚେନ୍ନାଇରେ ଖେଳାଯିବ।

ଦେଶରେ ନିର୍ବାଚନ ଋତୁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଇପିଏଲ୍‌ ବିଦେଶରେ ହେବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ବିସିସିଆଇ ପକ୍ଷରୁ ୧୯ ଫେବ୍ରୁଆରିରେ ପ୍ରଥମ ୧୭ ଦିନର କାର୍ଯ୍ୟସୂଚି ପ୍ରକାଶ ପାଇଥିଲା।

ଆସନ୍ତା ସୋମବାରରେ ବିସିଆଇ ପକ୍ଷରୁ ହେବାକୁ ଥିବା ବୈଠକରେ ଚଳିତ ଆଇପିଏଲ୍‌ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବ।

Comment