ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟସ୍ତତା ଯୋଗୁଁ ଯେତିକି ଦରକାର ସେତିକି ଶୋଇବା ଯେମିତି ବ୍ୟକ୍ତ ଲାଗି ସ୍ୱପ୍ନ ହୋଇଗଲାଣି। କେତେବେଳେ ଅଫିସର କାମ ତ କେତେବେଳେ ମୋବାଇଲ୍‌ ଆଉ କେତେବେଳେ କମ୍ପୁଟର ଲୋକଙ୍କ ନିଦ ହଜାଇ ଦେଉଛି।

ଯେଉଁଥିପାଇଁ ନିଦ୍ରାହୀନତା ଓ ଏଥିପାଇଁ ଦେଖାଦେଉଥିବା ସମସ୍ୟା ଲୋକଙ୍କପାଖରେ ଅଧିକ ଦେଖିବାକୁ ମିଳୁଛି।

ନିଦ୍ରାହୀନତାକୁ ନେଇ ଏକ ସର୍ଭେ କରାଯାଇଛି ଯେଉଁଥିରୁ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସର୍ଭେରେ କୁହାଯାଇଛି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ଭଳି ସମସ୍ୟା ନିଦ୍ରାହୀନତା ଯୋଗୁଁ ଦେଖାଦେଇଥାଏ।

ଫିଟ୍‌ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି କି ମହିଳାଙ୍କ ଅପେକ୍ଷା ପୁରୁଷ ମାନେ ଅଧିକ ଶାନ୍ତିରେ ଶୋଇଥାନ୍ତି। ଏହା ସବୁବର୍ଗର ଲୋକଙ୍କୁ ନେଇ କରାଯାଇଥିଲା। ଯେଉଁଥିରୁ ଏମିତି କିଛି ତଥ୍ୟ ପ୍ରକାଶ ପାଇଛି।

କେବଳ ୧୯ପ୍ରତିଶତ ଲୋକ ଶୋଇ କରି ଉଠିବା ପରେ ଆରମ୍‌ ଓ ଫ୍ରେସ ଅନୂଭବ କରିଥାନ୍ତି।

୨୪ପ୍ରତିଶତ ଲୋକ ଶୋଇ କରି ଉଠିବା ପରେ ବି ଆହୁରି ଶୋଇବାକୁ ଇଛା କରନ୍ତି।

ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ନିଦ ଲାଗିଥାଏ

କିଶୋର ଅବସ୍ଥାରେ ସବୁଠୁ ଅଧିକ ନିଦ ଲାଗିଥାଏ

୬୦ରୁ ଅଧିକ ବୟସର ଲୋକଙ୍କୁ କମ୍‌ ନିଦ ଆସିଥାଏ।

୫୫ପ୍ରତିଶତ ଯୁବକଙ୍କ ଅନୁସାରେ ସେମାନଙ୍କୁ ଗାଢ଼ ନିଦରେ ଶୋଇବାକୁ ଭଲ ଲାଗେ।

ସେହିପରି ୨୧ପ୍ରତିଶ ବୟସ୍କ କହିଛନ୍ତି କି ସେମାନଙ୍କୁ ଗାଢ଼ ନିଦରେ ଶୋଇବା ପସନ୍ଦ।

୪୫ପ୍ରତିଶତ ବୟସ୍କ ଲୋକ ଶୋଇବା ମଝିରେ ଉଠନ୍ତି ଓ ସଙ୍ଗେ ସଙ୍ଗେ ଶୋଇପଡ଼ିଥାନ୍ତି।

LEAVE A REPLY

Please enter your comment!
Please enter your name here