ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାଜ୍ୟର ଅନେକ ପିଲା ଏହି ପରୀକ୍ଷା ଦେବେ। ପରୀକ୍ଷାକୁ ମାତ୍ର ଆଉ ଗୋଟିଏ ଦିନ ବାକିଥିବା ବେଳେ ଏବେ ଛାତ୍ରଛାତ୍ରୀ ମାନେ ପରୀକ୍ଷାକୁ ନେଇ ଅଧିକ ଯତ୍ନବାନ ହୋଇଛନ୍ତି।

କୁହାଯାଏ ମାଟ୍ରିକ ପରୀକ୍ଷା ଜୀବନର ସଫଳତା ଲାଗି ପ୍ରଥମ ପାହାଚ ସଦୃଶ। ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷାକୁ ଚାପମୁକ୍ତ ଓ ଚିନ୍ତାଶୂନ୍ୟ ହୋଇ ଦେବା ଦରକାର। ଏହାସହ ପରୀକ୍ଷାକୁ ଚାପରେ ନୁହଁ ବରଂ ଆନନ୍ଦରେ ଦେଲେ ସଫଳତା ଅଧିକ ମିଳିଥାଏ।

ସାଧାରଣତଃ ଛାତ୍ରଛାତ୍ରୀ ମାନେ ବିଳମ୍ବିତ ରାତି ଯାଏଁ ପଢ଼ିବାକୁ ପସନ୍ଦ କରିଥାନ୍ତି ମାତ୍ର ଯେହେତୁ ପରୀକ୍ଷାକୁ ଆଉ ଅଳ୍ପଦିନ ବାକି ଅଛି ଅଧିକ ଲେଟ ଯାଏଁ ନପଢ଼ି ଯଲଦି ଶୋଇ ଭୋରୁ ପଢ଼ିଲେ ଭଲ। କାରଣ ଏହି ସମୟରେ ମନସ୍ଥିର ରହିବା ସହ ଯାହା ପଢ଼ିଲେ ମନେ ରହିଥାଏ। ବିଶେଷ କରି ଯେଉଁ ବିଷୟ ମନେ ରହୁନାହିଁ ସେହି ବିଷୟକୁ ଭୋରୁ ପଢ଼ିଲେ ଭଲ।

ଏହାସହ ବିଗତ କିଛି ବର୍ଷର ପ୍ରଶ୍ନକୁ ଦେଖି କେଉଁଭଳି ପ୍ରଶ୍ନ ଆସୁଛି ତାହା ଉପରେ ଧାରଣ ଆଣିବା ଦରକାର। ପରୀକ୍ଷା ହଲରେ ତରବର ନହୋଇ ଆରମରେ ପ୍ରଶ୍ନର ଉତ୍ତର ଦେବା ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତିକି ସମୟ ଦିଆଯାଇଥାଏ ସେତିକି ସମୟ ମଧ୍ୟରେ ସମସ୍ତ ପ୍ରଶ୍ନ ଉତ୍ତର ଦେବାକୁ ଛାତ୍ରଛାତ୍ରୀମାନେ ଚେଷ୍ଟା କରିବା ଦରକାର।

Comment