ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୯୩.୬୬ ପ୍ରତିଶତ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ଫଳାଫଳ ପ୍ରକାଶ କରାଯାଇଛି।
ଭୁବନେଶ୍ଵର ଜୋନରେ ପାସ୍ ହାର ୯୨.୬୪ ପ୍ରତିଶତ ରହିଥିବା ବେଳେ ବିଜୟଓ୍ଵାଡାରେ ୯୯.୭୯ ପ୍ରତିଶତ ଓ ବେଙ୍ଗାଳୁରୁର ପାସ୍ ହାର ୯୮.୯୦ ପ୍ରତିଶତ ରହିଛି। ଚଳିତ ଥର ପୁଅଙ୍କୁ ପଛରେ ପକାଇ ଭଲ ରେଜଲ୍ଟ କରିଛନ୍ତି ଝିଅ। ଛାତ୍ରୀଙ୍କ ପାସ୍ ହାର ୯୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୨.୬୩ ପ୍ରତିଶତ।
ଚଳିତ ବର୍ଷ ନବୋଦୟ ବିଦ୍ୟାଳୟର ପାସ୍ ହାର ୯୯.୪୯ ପ୍ରତିଶତ ରହିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ରହିଛି ୯୯.୪୫ ପ୍ରତିଶତ। https://cbseresults.nic.in/ ଓ୍ଵେବସାଇଟକୁ ଯାଇ ରେଜଲ୍ଟ ଜାଣି ହେବ।
Tags: #Result #CBSE10thResult #Education #Exam #Odisha