ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ପରୀକ୍ଷାରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
ଚଳିତ ବର୍ଷ ୧୬,୯୨,୭୯୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ପାସ୍ ହୋଇଛନ୍ତି ୧୪,୯୩୦୭ ଛାତ୍ରଛାତ୍ରୀ।
Cbse.gov.in, cbseresults.nic.in ଏବଂ results.cbse.nic.in ଓ୍ଵେବସାଇଟକୁ ଯାଇ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଯେଉଁମାନଙ୍କର ଇଣ୍ଟରନେଟ ସଂଯୋଗ ନାହିଁ, ସେମାନେ ଇଣ୍ଟରାକ୍ଟିଭ୍ ଭଏସ ରେସପନ୍ସ ସିଷ୍ଟମ ବା ଆଇଭିଆରଏସ ଜରିଆରେ ରେଜଲ୍ଟ ଜାଣିପାରିବେ। ଏହା ବ୍ୟତୀତ ଏସଏମଏସ ମଧ୍ୟମରେ ମଧ୍ୟ ରେଜଲ୍ଟ ଜାଣି ହେବ।
Tags: #CBSE12thResult #Odisha #Exam #Education