ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଆବଶ୍ୟକ ପରିମାଣରେ ଶୋଇବା ନିହାତି ଆବଶ୍ୟକ। ହେଲେ ଦେଖାଯାଉଛି ଯେ, ବ୍ୟସ୍ତ ବହୁଳ ଜୀବନ ପାଇଁ ଅନେକ ଆବଶ୍ୟକ ଅନୁଯାୟୀ ଶୋଇ ପାରୁନାହନ୍ତି। ଫଳରେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି। ଶୋଇବା ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ବି କେଉଁ ବୟସରେ କେତେ ପରିମାଣର ଶୋଇବା ଆବଶ୍ୟକ ତାହା ଜାଣିବା ଜରୁରୀ ଅଟେ।

ତେବେ ଜାଣନ୍ତୁ କେଉଁ ବୟସର ଲୋକମାନେ କେତେ ସମୟ ଶୋଇବା ଦରକାର।

ନବଜାତ ଶିଶୁ– ଏକ ସର୍ଭେରୁ ଜଣାପଡ଼ିଛି ନବଜାତ ଶିଶୁଙ୍କ ପାଇଁ ଦିନକୁ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ। ୧୯ ଘଣ୍ଟାରୁ ଅଧିକ ଶୋଇବା ଶିଶୁଙ୍କ ପାଇଁ କ୍ଷତିକାରକ।

୩-୫ ବର୍ଷର ଶିଶୁଙ୍କ ପାଇଁ

୩ରୁ ୫ ବର୍ଷ ପିଲାଙ୍କ ପାଇଁ ଦିନକୁ ୧୦ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ। ଏହାଠୁ ଅଧିକ ସମୟ ଶୋଇବା ସେମାନଙ୍କ ଶରୀରିକ ବିକାସକୁ ପ୍ରଭାବିତ କରିଥାଏ।

୬-୧୩ ବର୍ଷ ପିଲାମାନଙ୍କ ପାଇଁ

୬ରୁ ୧୩ ବର୍ଷ ପିଲାମାନଙ୍କ ପାଇଁ  ୯ରୁ ୧୧ ଘଣ୍ଟା ଶୋଇବା ଦରକାର। ଏହି ବୟସର ପିଲାମାନଙ୍କ ପାଇଁ ୭ ଘଣ୍ଟାରୁ କମ୍‌ ଶୋଇବା ଓ ୧୧ ଘଣ୍ଟାରୁ ଅଧିକ ଶୋଇବା ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

କିଶୋରାବସ୍ଥା– କିଶୋର କିଶୋରୀଙ୍କ ପାଇଁ ଦିନକୁ ୮ରୁ ୧୦ ଘଣ୍ଟା ଶୋଇବା ଜରୁରୀ।

୧୮ରୁ ୨୬ ବର୍ଷ ବୟସର ବ୍ୟକ୍ତି

୧୮ରୁ ୨୬ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଦିନକୁ ୯ଘଣ୍ଟା ଶୋଇବା ଆବଶ୍ୟକ। ଏହାଦ୍ଵାରା ଶାରୀରିକ ଓ ମାନସିକ ଥକାପଣରୁ ମୁକ୍ତି ମିଳିଥାଏ।

୨୭ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତିମାନେ ଦିନକୁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ।

Comment