ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିପଦ ବେଳେ ବନ୍ଧୁ ଖୋଜା! ୧୯ ନିର୍ବାଚନ ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ବେଳକୁ ଦଳରୁ ତଡ଼ା ଖାଇଥିବା ପୁରୁଖା ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ସ୍ୱାଗତ କରିଛନ୍ତି ନବୀନ।   

ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ଦଳ ବହିଷ୍କାର ଆଦେଶକୁ ପ୍ରତ୍ୟାହୃତ କରିଛନ୍ତି।

୨୦୧୪ରେ ସେପ୍ଟେମ୍ବର ୨୦ରେ ସେ ଦଳରୁ ବହିଷ୍କୃତ ହୋଇଥିଲେ। ଦଳ ବିରୋଧୀ ମନ୍ତବ୍ୟ ଲାଗି ବିଜେଡି ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ହେଉ ହେଉ ପ୍ରଫୁଲ୍ଲଙ୍କ ଉପରୁ ସୁପ୍ରିମୋ ବହିଷ୍କାର ନିଷ୍ପତ୍ତି ଉଠାଇବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କାହିଁକି ଏହି ସମୟରେ ଦଳ ତାଙ୍କୁ ମନେ ପକାଇଛି?

କାହିଁକି ପ୍ରାର୍ଥୀ ତାଲିକା ପ୍ରକାଶ ହେଉ ହେଉ ପ୍ରଫୁଲଙ୍କ ଉପରୁ ବହିଷ୍କାର ନିଷ୍ପତ୍ତି ଉଠାଇଛନ୍ତି ବିଜେଡି ସୁପ୍ରିମୋ ଏ ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ।

ଯାଜପୁରରୁ ପ୍ରଫୁଲ୍ଲ ନିର୍ବାଚନ ଲଢ଼ିବେ ନା ଦଳ ପାଇଁ ଆଗାମୀ ନିର୍ବାଚନରେ ପ୍ରଫୁଲଙ୍କ ଆବଶ୍ୟକତା ମନେ କରି ସଭାପତି ଏଭିଲ ନିଷ୍ପତ୍ତି ନେଲେ ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ। ମାତ୍ର ଦଳରୁ ବହିଷ୍କାର ହେବା ପରେ ବି ସେ ଦଳ ପାଇଁ କାମ କରୁଥିଲେ।

Comment