ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗଜପତି ଜିଲ୍ଲା ବିଜେଡିରେ କନ୍ଦଳ ବଢ଼ିଲା। ପାରଳାଖେମୁଣ୍ଡି ବିଧାନସଭା ଆସନରୁ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ ଦେବା ପରେ ଅନ୍ୟତମ ଆଶାୟୀ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ୬୦ରୁ ଅଧିକ ସମର୍ଥକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ଇସ୍ତଫାପତ୍ର ପଠାଇଛନ୍ତି।

କେ ନାରାୟଣ ରାଓ କହିଛନ୍ତି, “୨୦ ବର୍ଷ ବିଜେଡି ପାଇଁ କାମ କରିଛି। ଦଳ ମତେ ଅଣଦେଖା କରିଛି। ପ୍ରାର୍ଥୀ ଚୟନ ବେଳେ ମୋ’ ଠାରୁ ମତାମତ ନିଆଯାଇନି। ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ବିଷୟରେ ଯାହାର ଧାରଣା ନାହିଁ ସେଭଳି ବ୍ୟକ୍ତିଙ୍କୁ ଟିକେଟ ଦିଆଯାଇଛି।”

ପାରଳା ମହାରାଜାଙ୍କ ଝିଅ କଲ୍ୟାଣୀ ଗଜପତି ନିକଟରେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

Comment