ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥୀ ଘୋଷଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।। ବିଜେଡି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ଏବେ ବିଜେପିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାହିଁକି କରୁଛି ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି।
“ବିଜେପି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଛି। ମିଶନ ୧୨୦ କଥା କହୁଥିବା ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନି। ଏହାର କାରଣ ଦଳରେ କନ୍ଦଳ ରହିଛି। ଅଙ୍କ ଛିଣ୍ଡୁନି। ୧୨୦ ମିଶନ ପାଇଁ ୧୨୦ ପ୍ରାର୍ଥୀ ନାହାନ୍ତି”, କହିଛନ୍ତି ସସ୍ମିତ ପାତ୍ର।
ସେପଟେ ସସ୍ମିତଙ୍କ ପ୍ରତିକ୍ରିୟାର କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। “ବିଜେପି ପ୍ରାର୍ଥୀ ଘୋଷଣା ନହେଲେ ବିଜେଡି କାହିଁକି ଚିନ୍ତା କରୁଛି। ବିଜେପି ଆଞ୍ଚଳିକ ଦଳ ନୁହେଁ ଏକ ରାଷ୍ଟ୍ରୀୟ ଦଳ।”, କହିଛନ୍ତି ଲେଖାଶ୍ରୀ।


















